ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜନୀତି ଯଦି କରିପାରୁନ ତେବେ ଘରେ ଯାଇ ରୋଷେଇ କର। ଏନସିପି ନେତା ସୁପ୍ରିୟା ସୁଲେଙ୍କୁ ଟାର୍ଗେଟ କରି ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସୁପ୍ରିଆ ସୁଲେଙ୍କ ସ୍ୱାମୀ ସଦାନନ୍ଦ, ସୁଲେ ଚନ୍ଦ୍ରକାନ୍ତ ପାଟିଲଙ୍କ ଏହି ବିବୃତିକୁ ବିରୋଧ କରିବା ସହ ବିଜେପି ମହିଳା ବିରୋଧୀ ବୋଲି କହିଛନ୍ତି। କିଛି ଦିନ ତଳେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ କହିଥିଲେ ଯେ ପୌର ନିର୍ବାଚନରେ ସୁପ୍ରିମକୋର୍ଟ ଓବିସି କୋଟା ରଖିବାକୁ ଅନୁମତି ଦେବା ପରେ ମୁଁ ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ଯୋଗାଯୋଗ କରିଥିଲି। ହେଲେ ସଂରକ୍ଷଣ ପାଇବା ପାଇଁ ସେ କ’ଣ କରିଥିଲେ ତାହାର ସବିଶେଷ ତଥ୍ୟ ପ୍ରକାଶ କରିନଥିଲେ ଚୌହାନ। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଆସି କାହାକୁ ଭେଟିଥିଲେ କେଜାଣି। ଆଗାମୀ ଦୁଇ ଦିନରେ ହଠାତ୍ କ’ଣ ହେଲା ମୁଁ ଜାଣେ ନାହିଁ। କିନ୍ତୁ ଦୁଇ ଦିନ ପରେ ସେମାନଙ୍କୁ ଓବିସି ସଂରକ୍ଷଣ ପାଇଁ ସବୁଜ ସଙ୍କେତ ମିଳିଥିଲା। ସୁଲେଙ୍କ ଏଭଳି ବୟାନ ଉପରେ ପ୍ରତିକ୍ରିୟା ରଖି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ, ଆପଣ କାହିଁକି ରାଜନୀତିରେ ଅଛନ୍ତି, ଘରକୁ ଯାଇ ରୋଷେଇ କରନ୍ତୁ। ଦିଲ୍ଲୀ କିମ୍ବା ଏକ ଶ୍ମଶାନକୁ ଯାଆନ୍ତୁ, କିନ୍ତୁ ଆମକୁ ଓବିସି କୋଟା ଦିଅନ୍ତୁ। ଲୋକସଭା ସଦସ୍ୟ ହେବା ସତ୍ତ୍ବେ ଆପଣ କିପରି ଜାଣିପାରୁନାହାନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସହ କେମିତି ସାକ୍ଷାତ କରିବେ।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..