ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହାଇକୋର୍ଟ ର ୬ ଜଣ ବିଚାରପତିଙ୍କୁ ବଦଳି କରିବା ଲାଗି ସୁପ୍ରିମ୍ କୋର୍ଟ କଲିଜିୟମ୍ ସୁପାରିସ କରିଛନ୍ତି। ଏ ସଂକ୍ରାନ୍ତରେ ଜାରି ବିବୃତି ଅନୁସାରେ, ବିଚାରପତି ଅସାନୁଦ୍ଦନ ଅମାନୁଲ୍ଲା ଆନ୍ଧ୍ର ପ୍ରଦେଶ ହାଇକୋର୍ଟରୁ ପାଟନା ହାଇକୋର୍ଟ, ବିଚାରପତି ଚିତ୍ତରଞ୍ଜନ ଦାଶ ଓଡ଼ିଶା ହାଇକୋର୍ଟରୁ କୋଲକାତା ହାଇକୋର୍ଟକୁ ବଦଳି ହେବେ। ସେହିପରି, ତ୍ରିପୁରା ହାଇକୋର୍ଟରୁ ବିଚାରପତି ସୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟ, ମଣିପୁର ହାଇକୋର୍ଟରୁ ବିଚାରପତି ଲନୁସୁଙ୍ଗ୍କୁମ୍ ଜମିର୍ ଗୌହାଟୀ ହାଇକୋର୍ଟ, ଜମ୍ମୁ ଓ କଶ୍ମୀର ହାଇକୋର୍ଟରୁ ବିଚାରପତି ଧୀରଜ ସିଂହ ଠାକୁରଙ୍କୁ ବମ୍ବେ ହାଇକୋର୍ଟ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରୁ ବିଚାରପତି ପୁରୁଷୈନ୍ଦ୍ର କୁମାର କୌରବଙ୍କୁ ଦିଲ୍ଲୀ ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମ୍ କୋର୍ଟ କଲିଜିୟମ୍ ସୁପାରିସ କରିଛନ୍ତି।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..