Report Card Odisha

| Daily Odia News

‘ଭାରତ ଡ୍ରୋନ ମହୋତ୍ସବ’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ପ୍ରଗତି ମଇଦାନରେ ‘ଭାରତ ଡ୍ରୋନ ମହୋତ୍ସବ’ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଡ୍ରୋନ ପ୍ରଦର୍ଶନୀର ଲୁପ୍ତ ଉଠାଇବା ସହ ମେକ ଇନ ଇଣ୍ଡିଆର ପ୍ରଗତି ଦେଖି ଖୁସି ବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣ ସମସ୍ତଙ୍କୁ ଭାରତ ଡ୍ରୋନ ମହୋତ୍ସବର ଆୟୋଜନ ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ଆଜି ମୁଁ ଏହି ଡ୍ରୋନ ପ୍ରଦର୍ଶନୀରେ ବହୁତ ପ୍ରଭାବିତ। ମୋ ପାଇଁ ଆଜି ଦିନଟି ବହୁତ ସୁଖଦ ଅନୁଭବ ରହିଛି। ଯେଉଁ ଯେଉଁ ଷ୍ଟଲ ବୁଲିବି, ସେଠାରେ ସମସ୍ତେ ବହୁତ ଗର୍ବର ସହ କହୁଥିଲେ ଯେ, ମେକ ଇନ ଇଣ୍ଡିଆ । ପ୍ରଧାନମନ୍ତ୍ରୀ କହିଛନ୍ତି, ଡ୍ରୋନ ଜ୍ଞାନ କୌଶଳକୁ ନେଇ ଭାରତରେ ଆଜି ଯେଉଁ ଉତ୍ସାହ ଦେଖିବାକୁ ମିଳିଛି ତାହା ଅଦ୍ଭୁତପୂର୍ବ। ଯେଉଁ ଉର୍ଜା ନଜର ଆସୁଛି ତାହା ଭାରତର ଡ୍ରୋନ ସେବା ଏବଂ ଡ୍ରୋନ ଶିଳ୍ପକୁ ବହୁ ଉଚ୍ଚକୁ ନେଇଯିବ। ଏହି ଶିଳ୍ପ ଭାରତରେ ରୋଜଗାରର ସୁଯୋଗ ସୃଷ୍ଟି କରିବ ଏବଂ ଅନେକ ସମ୍ଭାବନାର ରାସ୍ତା ଦେଖାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ଉତ୍ସବ କେବଳ ଜ୍ଞାନ କୌଶଳର ନୁହେଁ ବରଂ ନୂତନ ଭାରତର ନୂତନ ସରକାରର, ନୂତନ ପ୍ରୟୋଗ ପ୍ରତି ସରକାତ୍ମକ ଦିଗର। ଆଠ ବର୍ଷ ପୂର୍ବେ ଏହି ଧାରଣା ଥିଲା ଯେ, ଟେକନିକ କେବଳ ଧନୀ ଲୋକଙ୍କ କାରବାର। ସାଧାରଣ ଲୋକଙ୍କ ଜୀବନରେ ଏହାର କୌଣସି ସ୍ଥାନ ନାହିଁ। ଏମିତି ମାନସିକତାକୁ ବଦଳାଇ ଆମେ ଜ୍ଞାନ କୌଶଳକୁ ସାର୍ବଜନୀନ ସୁଲଭ କରିବା ପାଇଁ ପଦକ୍ଷେପ ନେଇଛୁ ଏବଂ ଆଗକୁ ଏହା ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

Breaking News