ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜସ୍ଥାନ କଂଗ୍ରେସରେ ଅର୍ନ୍ତକନ୍ଦଳ ଥମିବାରେ ନାଁ ନେଉନାହିଁ । ମନ୍ତ୍ରୀ ନେତାଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୁସ | ରାଜ୍ୟ ଅମଲାତନ୍ତ୍ର ଉପରେ କ୍ରୋଧ ପ୍ରକାଶ କରି ରାଜସ୍ଥାନ ମନ୍ତ୍ରୀ ଅଶୋକ ଚାନ୍ଦନା ଇସ୍ତଫା ଦେବାକୁ ଚାହୁଁଛନ୍ତି । ଏ ସଂକ୍ରାନ୍ତରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କୁ ଟୁଇଟ୍ କରି ମନ୍ତ୍ରୀ ଅଶୋକ ଚାନ୍ଦନା ନିବେଦନ କରିଛନ୍ତି ଯେ, ତାଙ୍କୁ ସମସ୍ତ ମନ୍ତ୍ରୀ ପଦବୀରୁ ମୁକ୍ତ କରି ସମସ୍ତ ବିଭାଗ ଗେହଲଟ୍ଙ୍କ ପ୍ରମୁଖ ସଚିବ କୁଳଦୀପ ରାଙ୍କାଙ୍କୁ ଦିଆଯାଉ। ହିନ୍ଦୀ ଭାଷାରେ ଟୁଇଟ୍ କରି ଚାନ୍ଦନା ଲେଖିଛନ୍ତି: ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ, ଆପଣଙ୍କୁ ବ୍ୟକ୍ତିଗତ ଅନୁରୋଧ କରେ କି, ମତେ ଏହି ଲଜ୍ଜାଜନକ ମନ୍ତ୍ରୀ ପଦରୁ ମୁକ୍ତ କରି ମୋର ସମସ୍ତ ବିଭାଗର ଦାୟିତ୍ବ କୁଳଦୀପ ରାଙ୍କାଙ୍କୁ ଦେଇ ଦିଆଯାଉ। କାରଣ, ସେମିତିରେ ବି ସେ ସବୁ ବିଭାଗର ମନ୍ତ୍ରୀ ଅଟନ୍ତି। ସୂଚନାଯୋଗ୍ୟ, ବୁନ୍ଦିର ବିଧାୟକ ଚାନ୍ଦନା ରାଜସ୍ଥାନର କ୍ରୀଡ଼ା ଓ ଯୁବ ବ୍ୟାପାର, ଦକ୍ଷତା ବିକାଶ, କର୍ମସଂସ୍ଥାନ, ଉଦ୍ୟୋଗିତା ଏବଂ ବିପର୍ଯ୍ୟୟ ପରିଚାଳନା ଏବଂ ରିଲିଫ୍ ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି।






More Stories
ଜଳ ଜୀବନର ଆଧାର……
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..