ରିପୋର୍ଟ କାର୍ଡ / କଟକ
ଆଜି ଗୁପ୍ଚୁପ୍ ବିକାଳୀଙ୍କ ଘରେ କଟକ ସିଏମସି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଚଢ଼ଉ କରିଛି | ଅସ୍ୱାସ୍ଥ୍ୟକର ପରିବେଶରେ ଗୁପ୍ଚୁପ୍ ତିଆରି କରି ଗ୍ରାହକଙ୍କୁ ଖାଇବାକୁ ଦେଉଥିବା ଜଣାପଡିଛି | ଅଭିଯୋଗ ଆସିବା ପରେ କଟକ ବାଦାମବାଡ଼ିର ଶଙ୍କରପୁର ଅଞ୍ଚଳର ନାକେଇ ପଡ଼ିଆରେ ଆଜି ସକାଳେ କଟକ ସିଏମସି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଚଢ଼ଉ କରିଥିଲେ। ବୁଲା ବିକାଳୀଙ୍କ ପକ୍ଷରୁ ବିକ୍ରି କରାଯାଉଥିବା ଗୁପଚୁପର ମାନ ପରୀକ୍ଷା କରି ଗୁପଚୁପ୍ ଗୁଡ଼ିକୁ ନଷ୍ଟ କରି ଦିଆଯାଇଥିଲା। ତିଆରି ହେଉଥିବା ଗୁପ୍ଚୁପ୍ ଉପରେ ମାଛି ଗୁଡ଼ିକ ବସୁଥିବା ଦେଖିବାକୁ ମିଳିଥିଲା। ଯେଉଁଠି ଅଳିଆ ଆବଜର୍ନା ଗୁଡ଼ିକ ପକାଯାଇଥାଏ, ସେଇ ପାଖାପାଖି ଅଞ୍ଚଳରେ ବୁଲା ବିକାଳୀମାନେ ଗୁପ୍ଚୁପ୍ ତିଆରି କରି ଲୋକଙ୍କୁ ବିକ୍ରି କରୁଥିଲେ। ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି, ଅସ୍ୱାସ୍ଥ୍ୟକର ପରିସ୍ଥିତିରେ ଗୁପ୍ଚୁପ୍ ତିଆରି ହେଉଥିବା ଆମ ପାଖରେ ଅଭିଯୋଗ ଆସିଥିଲା। ଏହାପରେ ଆଜି ସକାଳେ କଟକ ବାଦାମବାଡ଼ିର ଶଙ୍କରପୁର ଅଞ୍ଚଳର ଚଢ଼ାଉ କରାଯାଇଥିଲା। ଗୁପ୍ଚୁପ୍ ବିକାଳୀଙ୍କୁ ଫୁଡ ସେ଼ଫ୍ଟି ବିଷୟରେ ଟ୍ରେନିଂ ଦିଆଯିବ। ଆଗାମୀ ଦିନରେ ସେମାନେ ଏପରି ଭୁଲ କରିବେ ନାହିଁ। କଟକର ଗୁପଚୁପ୍ ତିଆରି ହେଉଥିବା ବିଭିନ୍ନ ସ୍ଥାନରେ ଚଢଉ କରାଯିବ ବୋଲିସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି |






More Stories
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..
ଜଳିଗଲା ବସ୍….