ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀରୁ ଭୁବନେଶ୍ୱରରୁ ବ୍ରାଉନ ସୁଗାର ଜବତ ହୋଇଛି । ଆଜି ବରମୁଣ୍ଡା ଅଞ୍ଚଳରୁ ଆନ୍ତଃରାଜ୍ୟ ବ୍ରାଉନ ସୁଗାର ଜବତ ବେପାରୀଙ୍କୁ ଏସଟିଏଫ ଗିରଫ କରିଛନ୍ତି । ପ୍ରାୟ ୧ କେଜି ୨୩୮ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି | ଏହାର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ। ସମ୍ପୃକ୍ତ ଘଟଣାରେ ଦୁଇ ଜଣ ନିଶା ମାଫିଆଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନେ ହେଲେ କପିଳଦେବ ମଜୁମଦାର ଓ ରଶ୍ମିରଞ୍ଜନ ଭୋଳ । ଉଭୟଙ୍କ ଘର ପଶ୍ଚିମବଙ୍ଗ ଓ ଖୋର୍ଦ୍ଧା ବୋଲି ଜଣାପଡିଛି । ଏହାସହ ସେମାନଙ୍କ ନିକଟରୁ ଏକାଧିକ ନକଲି ପରିଚୟପତ୍ର ମଧ୍ୟ ମିଳିଛି । ଡାକ୍ତର,ପୋଲିସ,ବିଭିନ୍ନ ସଂସ୍ଥାର ମ୍ୟାନେଜର ଥିବା ନକଲି ଆଇ କାର୍ଡ ମଧ୍ୟ ମିଳିଛି । ପୋଲିସ ଘଟଣାର ତଦନ୍ତ ଜାରି ରହିଛି ।






More Stories
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର…..