Report Card Odisha

| Daily Odia News

୨୦ ଫୁଟ୍‌ ତଳକୁ ଖସିଲା କଣ୍ଟେନର…..

ରିପୋର୍ଟ କାର୍ଡ / କେନ୍ଦୁଝର

୨୦ ଫୁଟ୍‌ ତଳକୁ କଣ୍ଟେନ ଖସି ଦୁର୍ଘଟଣା ଘଟିଛି । କେନ୍ଦୁଝର ଜିଲ୍ଲା ଜୁଡିଆ ଘାଟିରେ ଭାରସାମ୍ୟ ହରାଇ କଣ୍ଟେନରଟି ତଳକୁ ଖସିପଡିଛି । ଯାହାଫଳରେ ଡ୍ରାଇଭର ଓ ହେଲ୍‌ପର ଆହତ ହୋଇଛନ୍ତି । ସେଠାରୁ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଖବର ଅନୁଯାୟୀ, ସୁରଟରୁ କଲିକତା ଅଭିମୁଖେ ଯାଉଥିଲା ଟ୍ରାନ୍ସ କାରଗୋ ଇଣ୍ଡିଆ ନାମକ ଏକ ପାର୍ସଲ ବୋଝେଇ କଣ୍ଟେନର। ଦିନ ୧୧ଟା ସମୟ​ରେ ଗାଡ଼ିଟି ଭାରସାମ୍ୟ ହରାଇ ଜୁଡିଆ ଘାଟିରେ ଓଲଟିପଡିଥିଲା। ଫଳରେ କଣ୍ଟେନର କ୍ୟାବିନ୍ ଭିତରେ ଡ୍ରାଇଭର ଓ ହେଲପର୍ ଚାପି ହୋଇ ରହିଯାଇଥଲେ। ସେପଟେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଏହାପରେ ଗୁରୁତର ଅବସ୍ଥାରେ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ମୁଖ୍ୟ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା।

 

Breaking News