Report Card Odisha

| Daily Odia News

ମାତୁଶ୍ରୀ କେଡିପି ମଲ୍‌ଟିସ୍ପେସାଲିଟି ହସ୍ପିଟାଲ୍‌ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜିଠାରୁ ଦୁଇଦିନିଆ ଗୁଜରାଟ ଗସ୍ତକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜକୋଟରେ ନବନିର୍ମିତ ‘ମାତୁଶ୍ରୀ କେଡିପି ମଲ୍‌ଟିସ୍ପେସାଲିଟି ହସ୍ପିଟାଲ୍‌’ ଉଦ୍‌ଘାଟନ କରିଛନ୍ତି।‘ଶ୍ରୀ ପଟେଲ୍‌ ସେବା ସମାଜ’ଦ୍ବାରା ପରିଚାଳିତ ଏହି ଡାକ୍ତରଖାନାରେ ଅତ୍ୟାଧୁନିକ ଡାକ୍ତରୀ ଉପକରଣ ରହିବା ସହ ସେ ଅଞ୍ଚଳର ଜନସାଧାରଣଙ୍କୁ ଉତ୍କୃଷ୍ଟ ଧରଣର ସ୍ବାସ୍ଥ୍ୟସେବା ଯୋଗାଇ ଦେବ। ଏହି ଡାକ୍ତରଖାନା ଉଦ୍‌ଘାନଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ଆୟୋଜିତ ସାଧାରଣସଭାରେ ଉଦ୍‌ବୋଧନ ଦେଉଛନ୍ତି।

ଏହା ବ୍ୟତିରେକେ, ପ୍ରଧାନମନ୍ତ୍ରୀ ମୋଦୀ ରାଜକୋଟ ଏବଂ ଗାନ୍ଧୀନଗରରେ କେତେଗୁଡ଼ିଏ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏ ସଂକ୍ରାନ୍ତରେ ଟୁଇଟ୍‌ କରି ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଥିଲେ: ଆଜି ଗୁଜରାଟ ଯିବ। ସେଠାରେ ରାଜକୋଟ ଏବଂ ଗାନ୍ଧୀନଗରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବି। ଏହି କାର୍ଯ୍ୟକ୍ରମଗୁଡ଼ିକ ସ୍ବାସ୍ଥ୍ୟସେବା, ସମବାୟ ଏବଂ କୃଷକ କଲ୍ୟାଣ ଉପରେ ଆଧାରିତ। ଆଜି ଅପରାହ୍ଣ ୪ଟା ବେଳେ ଗାନ୍ଧୀନଗରସ୍ଥିତ ମହାତ୍ମା ଗାନ୍ଧୀ ମନ୍ଦିରରେ କେତେକ ସମବାୟ ପ୍ରତିଷ୍ଠାନର ନେତାମାନଙ୍କୁ ‘ସହକାରରୁ ସମୃଦ୍ଧି’ ବିଷୟରେ ଉଦ୍‌ବୋଧନ ଦେବେ। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କାଲୋଲ୍‌ର ‘ଇଫ୍‌କୋ’ରେ ‘ନାନୋ ୟୁରିଆ (ଲିକୁଇଡ୍‌) କାରଖାନା’ ଉଦ୍‌ଘାଟନ କରିବେ।

 

Breaking News