ରିପୋର୍ଟ କାର୍ଡ / ପୁରୀ
ଆସନ୍ତା ଜୁଲାଇ ୧ ତାରିଖର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା | ଏହାକୁ ଦୃଷ୍ଟିରେ ରଖି ଆଜି ପୁରୀରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ପୁରୀର ହୋଟେଲ ମାଲିକମାନଙ୍କ ସହ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି। ଏଥିରେ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱାରୋପ କରାଯାଇଛି। ହୋଟେଲରେ ସିସିଟିଭି ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଲାଗି ହୋଟେଲ ମାଲିକମାନଙ୍କୁ ପୁରୀ ଆରକ୍ଷୀ ଅଧୀକ୍ଷକ ନିର୍ଦ୍ଦେଶ ଦେଇଛନ୍ତି। ଅତିକମରେ ୭ ଦିନର ସିସିଟିଭି ରେକର୍ଡିଂ ମହଜୁଦ ରଖିବାକୁ କୁହାଯାଇଛି। ପର୍ଯ୍ୟଟକଙ୍କୁ ଆବଶ୍ୟକ ସହଯୋଗ ଓ ସୂଚନା ଦେବାକୁ ବି ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଥାନା ଅଧିକାରୀ ହୋଟେଲ ମାଲିକମାନଙ୍କର ଏକ ହ୍ବାଟସଅପ୍ ଗ୍ରୁପ୍ କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟଟକମାନଙ୍କ ଲାଗି ଏକ ହେଲ୍ପ ଲାଇନ୍ ନମ୍ବର- ୬୩୭୦୯୬୭୧୦୦ ଜାରି କରାଯାଇଛି ଏବଂ ଏହା ପ୍ରତି ହୋଟେଲ, ଲଜର ରିସେପସନ ସେଣ୍ଟର ନିକଟରେ ପ୍ରଦର୍ଶିତ ହେବ। ସିଟି ଡିଏସପି ଜେ ଏନ୍ ପାଢ଼ୀ ପର୍ଯ୍ୟଟକମାନଙ୍କ ସମସ୍ୟାସମ୍ବଳିତ ପ୍ରସଙ୍ଗ ଲାଗି ନୋଡାଲ୍ ଅଧିକାରୀ ଭାବେ କାର୍ଯ୍ୟ କରିବେ ବୋଲି ବୈଠକରେ ସୂଚନା ଦିଆଯାଇଛି।






More Stories
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..