ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ଧର୍ମାନୁମୋଦିତ ପନ୍ଥାରେ ନିଜକୁ ନିୟୋଜିତ କରିବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ହେବେ। ହାସ୍ୟଯୁକ୍ତ ଓ ଯୁବତୀପ୍ରିୟ ହେବେ। କର୍ମଚଞ୍ଚଳ ରହିବେ।
ବୃଷ : ରାଜନୀତି ସହିତ କୂଟନୀତିଯୁକ୍ତ ହେବେ। କଠିନ ପରିଶ୍ରମୀ ହେବେ। ଶ୍ବଶୁର ଘର ତରଫରୁ ଧନଲାଭ ହେବ। ଧର୍ମକ୍ଷେତ୍ରକୁ ଯାତ୍ରା କରିପାରନ୍ତି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ।
ମିଥୁନ : ଯଶସ୍ବୀ ହେବେ। ବିପଦ ଯେତେ ବଡ଼ ହେଲେ ବି ଧୈର୍ଯ୍ୟହରା ହେବେ ନାହିଁ। ଧନୀ ମହାଜନ ହୋଇପାରନ୍ତି। ପତ୍ନୀ ଗୃହ ନିପୁଣା ହେବେ। ବ୍ୟବସାୟ ବଡ଼ ଧରଣର ହେବ। ବିଜ୍ଞାନୀ ଓ ଦାର୍ଶନିକ ହେବେ।
କର୍କଟ : ସତ୍ୟାନୁରକ୍ତ ହେବେ। ପୁଣ୍ୟବାନ୍ ହେବେ। ପତ୍ନୀଙ୍କ ଅଭୀଷ୍ଟ ପୂରଣ କରିବାରେ ପାରଙ୍ଗମ ହେବେ। ବ୍ୟବସାୟ ଲାଭଜନକ ହେବ। ସରକାର ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ।
ସିଂହ : ନିଷ୍ପାପ ହେବେ। ପ୍ରଜ୍ଞାନୁରକ୍ତ ହୋଇପାରନ୍ତି। ନାନା ବିଭବରେ ମଣ୍ଡିତ ହେବେ। ଗୁରୁଗୌରବ ଲାଭ କରିପାରନ୍ତି। ସୁଖୀ ରହିବେ। ନିଜ ବଳାର୍ଜିତ ସମ୍ପତ୍ତି ଭୋଗ କରିବେ। ଦେବ, ଗୁରୁ, ଦ୍ବିଜ ଭକ୍ତ ହେବେ।
କନ୍ୟା : ଧର୍ମାଶ୍ରିତ ହେବେ। ମନୋଜ୍ଞ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।
ତୁଳା : ବ୍ୟବସାୟ ଲାଭଜନକ ହେବ। ପତ୍ନୀ ସରଳା ଓ ସୁଶ୍ରୀ ହୋଇପାରନ୍ତି। ମନୋରଞ୍ଜନ କାର୍ଯ୍ୟରେ ପ୍ରଶଂସିତ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ହେତୁ ସତର୍କରେ ଚଳିବେ।
ବିଛା : ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ମିଷ୍ଟାନ୍ନ ଭୋଜନ କରିବେ। ପ୍ରତ୍ୟେକ କ୍ଷେତ୍ରରେ ପାରଙ୍ଗମ ହେବେ।
ଧନୁ : ଶତ୍ରୁତାର ଅବସାନ ଘଟାଇ ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି କରିବେ। ଋଣ ପରିଶୋଧ କରିବେ। ଅନ୍ୟର ଚଲାପଥରେ ଆଲୋକ ବିଛାଇବା ଭଳି ଧର୍ମ ଆଚରଣ କରିବେ। ସନ୍ମାର୍ଗୀ ହେବେ।
ମକର : ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଯାନବାହନ ସୁଖ ମିଳିପାରେ। ଦେବପୂଜା ସହିତ ନିତ୍ୟାନନ୍ଦ ଭୋଗ କରିବେ।
କୁମ୍ଭ : ମନ ପ୍ରସନ୍ନ ରହିବ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସଦାଚାରୀ ହେବେ। ମଧୁରଭାଷୀ ହୋଇପାରନ୍ତି। ଧାର୍ମିକ କାର୍ଯ୍ୟରେ ରୁଚି ରହିବ। ସେବା କ୍ଷେତ୍ରରେ ସାମିଲ ହୋଇପାରନ୍ତି। ସଞ୍ଚାୟାଭିମୁଖୀ ହେବେ।
ମୀନ : ବିଦ୍ବାନ୍ ଓ ରୂପବାନ୍ ହେବେ। ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଦେବ, ଦ୍ବିଜ ଭକ୍ତ ହୋଇପାରନ୍ତି। ସଫଳ ଭବିଷ୍ୟବକ୍ତା ହେବେ। ସୁବକ୍ତା, ସ୍ବାଭିମାନୀ ଓ କର୍ମପରାୟଣ ହେବେ। ସୁପୁତ୍ରଯୁକ୍ତ ହୋଇପାରନ୍ତି।






More Stories
ଶୁଭ ଫଳ ପ୍ରାପ୍ତ ହେବ…..
ପ୍ରଶଂସାର ପାତ୍ର ହେବେ…..
ଆପଣଙ୍କ ଅଶାନ୍ତିର ଅବସାନ ଘଟିବ……