ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡିର ୪ ପ୍ରାର୍ଥୀ। ଆଜି ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ୪ ପ୍ରାର୍ଥୀ ଆସି ନାମାଙ୍କନ ଦାଖଲ କରିଛନ୍ତି। ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡିର ୪ ଜଣ ଯାକ ପ୍ରାର୍ଥୀ ବିଜୟୀ ହେବା ନିଶ୍ଚିତ। ବିଜେଡି ପକ୍ଷରୁ ମୁଖପାତ୍ର ସସ୍ମିତ ପାତ୍ର, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ବିଜେଡି ନେତ୍ରୀ ତଥା ମୁଖପାତ୍ର ସୁଲତା ଦେଓ ଏବଂ ଆଦିବାସୀ ନେତା ନିରଞ୍ଜନ ବିଶି ପ୍ରାର୍ଥୀ ହୋଇଛନ୍ତି। ନାମାଙ୍କନ ଦାଖଲ ବେଳେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ବିଜେଡିର ବିଧାୟକ ଓ ନେତା ମଧ୍ୟ ଉପସ୍ଥିତ ଥିଲେ। ତେବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇଥିବାରୁ ଉପସ୍ଥିତ ନ ଥିଲେ। ବିଜେଡି ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟସଭା ନିର୍ବାଚନ ନାମାଙ୍କନ ସମୟରେ ଦଳର ସୁପ୍ରିମୋ ଅନୁପସ୍ଥିତ ଥିଲେ। ତାଙ୍କ ପରିବର୍ତ୍ତେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ।






More Stories
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..
ଓଏଏସ୍ ସ୍ତରରେ ଅଦଳବଦଳ……