Report Card Odisha

| Daily Odia News

ଏଡିଟ୍‌ କରିପାରିବେ ହ୍ୱାଟସ୍‌ଆପ୍‌ ମେସେଜ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହେଉଛି ହ୍ୱାଟସ୍ଆପ୍‌ | ଏହା ଖୁବଶୀଘ୍ର ନିଜର ନୂଆ ଫିଚର୍ସ ଆଣିବାକୁ ଯାଉଛି। ନୂଆ ଫିଚର୍ସରେ ଯୋଡି ହେବ ଏଡିଟ୍‌ ବଟନ୍‌। ଫଳରେ ୟୁଜର୍ସ ପଠାଇସାରିଥିବା ମେସେଜକୁ ପଣିଥରେ ଏଡିଟ୍‌ କରିବାର ସୁଯୋଗ ପାଇପରିବେ। ଏବେ ଏହି ଫିଚର୍ସ ଉପରେ କାମ ଚାଲିଛି। ହ୍ୱାଟସ୍‌ଆପ୍‌ର ଏହି ଏଡିଟ୍‌ ବଟନ୍‌ ଫିଚର୍ସ ହ୍ୱାଟସ୍‌ଆପ୍‌ ବିଟା ଇନ୍‌ଫୋରେ ଥିବା ଦେଖିବାକୁ ମିଳିଛି। ହ୍ୱାଟସ୍‌ଆପ୍‌ ଲୋକଙ୍କୁ ମେସେଜ ପଠାଇବା ପଦ୍ଧତିରେ ଅନେକ ପରିବର୍ତ୍ତନ ଆଣିଛି। ମେସେଜେସ ଉପରେ ପ୍ରତିକ୍ରିୟା ଦେବା ପାଇଁ ଫିଚର୍‌ ଜାରି କରିବା ପରେ ହ୍ୱାଟସ୍‌ଆପ୍‌ ଏବେ ୟୁଜର୍ସଙ୍କୁ ମେସେଜ ପଠାଇବା ପରେ ଏଡିଟ୍‌ କରିବାର ସୁବିଧା ପାଇପାରିବେ । ସୂଚନା ମୁତାବକ, ହ୍ୱାଟସ୍‌ଆପ୍‌ ୫ ବର୍ଷ ପୂର୍ବେ ଏହି ଫିଚର୍‌ ଉପରେ କାମ ଆରମ୍ଭ କରିଥିଲା। ଏବେ କମ୍ପାନୀ ଏହି ଫିଚରକୁ ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଥିବା ଜଣାପଡିଛି |

Breaking News