ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଆଜି ସୁପ୍ରିମକୋର୍ଟରେ ଜଷ୍ଟିସ ବି.ଆର. ଗାଭାଇ ଓ ଜଷ୍ଟିସ ହେମା କୋହଲିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଆସନ୍ତାକାଲି ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିବା ବେଳେ ନିର୍ମାଣ ବିରୋଧରେ ଯୁକ୍ତି ବାଢ଼ିଥିଲେ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନୀ। ଏନେଇ ସେ କହିଥିଲେ, ନିଷିଦ୍ଧାଞ୍ଚଳରେ ଆଦୌ କୌଣସି ନିର୍ମାଣ ହୋଇପାରିବନି। ରେଗୁଲେଟଡ ଅଞ୍ଚଳ ପାଇଁ ବି କୌଣସି ଅନୁମତି ଦିଆଯାଇ ନାହିଁ। କୌଣସି ନିର୍ମାଣ କାମକୁ ଅନୁମତି କିମ୍ବା ମଂଜୁରୀ ଦିଆଯାଇନାହିଁ। ପରିକ୍ରମା ପ୍ରକଳ୍ପ ପାଇଁ କର୍ତ୍ତୃପକ୍ଷଙ୍କ ଦ୍ୱାରା କୌଣସି NOC ଦିଆଯାଇନାହିଁ। ଏହି ନିର୍ମାଣ ଦ୍ୱାରା ଆମସାର ଆକ୍ଟର ଖୋଲା ଉଲ୍ଲଂଘନ କରାଯାଇଥିବା କହିଲେ ପାଭାନୀ।






More Stories
ବେଆଇନ ନିଯୁକ୍ତି ନେଇ ତାଗିଦ…..
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..