ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଆଜି ଇଡିରେ ହାଜର ହୋଇଛନ୍ତି । ଇଡି ଜେରା କରୁଥିବା ସୂଚନା ମିଳିଛି। ଆଜି ହଜାର ହେବା ପାଇଁ ଇଡି ପକ୍ଷରୁ ନୋଟିସ ଜାରି ହୋଇଛି। ତେବେ ଅର୍ଥତତ୍ତ୍ବ ସଂସ୍ଥାରୁ ଆସିଥିବା ବେଆଇନ ଆର୍ଥିକ କାରାବରକୁ ନେଇ ଜେରା କରୁଛି ଇଡି । ଜେରା ପାଇଁ ପୂର୍ବରୁ ବାଙ୍କିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ନୋଟିସ କରିଥିଲା ଇଡି । ଟଙ୍କା କୁଆଡେ ଗଲା ଓ କେଉଁଠି ଟଙ୍କା ବିନିଯୋଗ ହୋଇଛି ସେ ନେଇ ଛାନଭିନ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ଏହି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିଲେ ପୂର୍ବତନ ବାଙ୍କୀ ବିଧାୟକ । ସୂଚନାଯୋଗ୍ୟ, ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ୍ ମାମଲାରେ ୨୦୧୪ ମସିହା ଅକ୍ଟୋବର ୩୧ ତାରିଖରେ ପ୍ରଭାତ ତ୍ରିପାଠୀଙ୍କୁ ସିବିଆଇ ଗିରଫ କରିଥିଲା। ୨୦୧୫ ମାର୍ଚ୍ଚ ୫ ତାରିଖରେ ସେ ହାଇକୋର୍ଟରୁ ଜାମିନ ପାଇଥିଲେ। ଗିରଫ ହେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଥିଲେ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….