ରିପୋର୍ଟ କାର୍ଡ / ବ୍ରହ୍ମପୁର
ବ୍ରହ୍ମପୁରରେ ଜଣେ ପୂର୍ବତନ ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି | ସରପଞ୍ଚଙ୍କ ସହ ୨ ସହଯୋଗୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ସଦର ଥାନା ମସିହାଖାଲିର ପୂର୍ବତନ ସରପଞ୍ଚ ମନୋଜ ସେଠୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆହତ ପୂର୍ବତନ ସରପଞ୍ଚ ମନୋଜ ସେଠୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଅନ୍ୟ ୨ ଆହତ ସହଯୋଗୀଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଶୀତଳଷଷ୍ଠୀ ଯାତ୍ରା ଚାଲିଥିବା ବେଳେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ୨୦ରୁ ୨୨ ଜଣ ଯୁବକ ମାରଣାସ୍ତ୍ର ଧରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।






More Stories
ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ…..
ତାତିରୁ ମିଳିବ ମୁକ୍ତି,ଆସୁଛି ବର୍ଷା…..
ଗୋଟିଏ ଟ୍ରାକ୍ ରେ ୨ ଟ୍ରେନ୍ ମୁହାଁମୁହିଁ…..