ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଦ୍ୱାରା ୭୬,୩୯୦ କୋଟି ଟଙ୍କାର ପ୍ରସ୍ତାବ ଅନୁମୋଦନ ପ୍ରଦାନ କରାଯାଇଛି। ଆତ୍ମନିର୍ଭର ଭାରତକୁ ଏହା ସଶକ୍ତ କରିବ। ଏହା ଭାରତୀୟ ପ୍ରତିରକ୍ଷା ଶିଳ୍ପକୁ ଏକ ବିରାଟ ପ୍ରୋତ୍ସାହନ ଦେବା ସହ ବିଦେଶୀ ମୁଦ୍ରା ଖର୍ଚ୍ଚ ପ୍ରଭୃତ ହ୍ରାସ ପାଇବ। ଭାରତୀୟ ସେବା ନିମନ୍ତେ ଡିଏସି କଷ୍ଟକର ପାର୍ବତ୍ୟାଞ୍ଚଳ ଫୋର୍କ ଲିଫ୍ଟ ଟ୍ରକ, ପୋଲ ବିଛାଇବା ଟ୍ୟାଙ୍କ, ଚକ ଯୁକ୍ତ ସାଞ୍ଜୁଆ ଲଢେଇ ଯାନ , ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ସହିତ ଅସ୍ତ୍ରଶସ୍ତ୍ର ଠାବ କରିପାରୁଥବା ରାଡର ଆହରଣ ଦେଶୀୟ ନିର୍ମାଣ ଯାନ ଦ୍ୱାରା କରାଯିବ । ଭାରତୀୟ ନୌସେନା ନିମନ୍ତେ ଆନୁମାନିକ ୩୬ହଜାର କୋଟି ଟଙ୍କାର ନୌସେନା ପଥ ପ୍ରଦର୍ଶନକାରୀ ଜାହାଜ ଆହରଣ ନିମନ୍ତେ ଡିଏସି ଅନୁମତି ଦେଇଛି । ସେଗୁଡିକ ମଧ୍ୟରେ ପର୍ଯ୍ୟବେକ୍ଷଣ ଅଭିଯାନ, ଏସକର୍ଟ କାର୍ଯ୍ୟ, ନିବୃତ୍ତି, ଭୂପୃଷ୍ଠ, କାର୍ଯ୍ୟାନୁଷ୍ଠାନ ବଳ ଠାବ ଓ ଆକ୍ରମଣ ଏବଂ ଉପକୂଳ ପ୍ରତିରକ୍ଷା କାର୍ଯ୍ୟ ଅନ୍ତର୍ଭୁକ୍ତ । ଏହି ନୌସେନା ପଥ ପ୍ରଦର୍ଶନକାରୀ ଜାହାଜଗୁଡିକ ଭାରତୀୟ ନୌସେନାରେ ଥିବା ପରିପାଟୀରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଉପଯୋଗ କରି ନିର୍ମାଣ କରାଯିବ । ଡିଏସି ଆବଶ୍ୟକୀୟ ଗ୍ରହଣର ପାଇଁ ଡୋରନିଅର ଏୟାରକ୍ରାଫ୍ଟ ଓ ଏସୟୁ-୩୦ ଏମକେଆଇ ନବରତ୍ନ କମ୍ପାନୀ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ୱାରା ଭାରତୀୟ ଏରୋ ଇଞ୍ଜିନ ସାମଗ୍ରୀ ବ୍ୟବହାର କରି ନିର୍ମାଣ ପାଇଁ ଅନୁମତି ଦେଉଛି ।






More Stories
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..
ହକି ଇଣ୍ଡିଆ ଡିଜିଙ୍କୁ ଜବାବ ମାଗିଲେ ଦିଲୀପ…..