Report Card Odisha

| Daily Odia News

ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର କାଶ୍ମୀରରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏନକାଉଣ୍ଟରରେ ସୁରକ୍ଷାବଳ ୩ ଆତଙ୍କବାଦୀ ନିପାତ କରିଛନ୍ତି। ଏନେଇ କଶ୍ମୀର ଜୋନ ପୋଲିସ ପକ୍ଷରୁ ଟ୍ବିଟି କରି କୁହାଯାଇଛି ଯେ, କୁପୱାରା ସେକ୍ଟରର ଚାକରାଣ୍ଡି କାଣ୍ଡି ଅଞ୍ଚଳରେ ସୁରକ୍ଷା ବାହିନୀ ପଇଁତରା ମାରୁଥିବାବେଳେ ଆତଙ୍କବାଦୀମାନେ ଅଚାନକ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବ ଦେବାକୁ ଯାଇ ସୁରକ୍ଷା ବାହିନୀ ପକ୍ଷରୁ ଗୁଳି ଚାଳନା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୩ ଆତଙ୍କବାଦୀଙ୍କୁ ଗୁଳି କରି ସୁରକ୍ଷା ଯବାନମାନେ ନିପାତ କରିଛନ୍ତି। ଏହି ଦୁଇଜଣ ଲସ୍କର ଇ ତୋଇବାର ବୋଲି କଶ୍ମୀର ଜୋନ ପୋଲିସ ଟୁଇଟ କରି କହିଛି। ତେବେ ଏଥିରୁ ଜଣେ ପାକିସ୍ତାନ ଆତଙ୍କବାଦୀ ଓ ତା’ର ନାମ ତୁଫାଲି ବୋଲି ସୂଚନା ମିଳିଛି। ମୃତ ଆତଙ୍କବାଦୀଙ୍କ ନିକଟରୁ କିଛି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଗୁଳି ବିନିମୟ ବେଳେ ୩ଜଣ ଗୁଳିମାଡ କରିଥିବା ଦେଖାଯାଇଥିଲା। ସେମାନଙ୍କ ମଧ୍ୟରେ ଦୁଇ ବିଦେଶୀ ଆତଙ୍କବାଦୀ ଥିବାବେଳେ ଅନ୍ୟ ଜଣେ ସ୍ଥାନୀୟ ଆତଙ୍କବାଦୀ ଥିବା ପୋଲିସ କହିଛି। ବର୍ତ୍ତମାନ ଗୁଳି ବିନିମୟ ଜାରି ରହିଥିବାରୁ କିଛି ସମୟ ପରେ ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହେବ ବୋଲି ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ, ଲଗାତର ଏହି ସେକ୍ଟରରେ ଆତଙ୍କବାଦୀମାନେ ସକ୍ରିୟ ରହିଛନ୍ତି। ଗତ ସୋମବାର ବାରମୂଳା ଜିଲ୍ଲାରେ ସୁରକ୍ଷା ବାହିନୀର ଗୁଳି ମାଡରେ ଜଣେ ଲସ୍କର ଇ ତୋଇବା ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଆତଙ୍କାବଦୀ ଉକ୍ତ ଅଞ୍ଚଳରେ ସକ୍ରିୟ ଥିବାରୁ ସୁରକ୍ଷା ବାହିନୀ ପକ୍ଷରୁ ବିଭିନ୍ନ ସମ‌ୟରେ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କରାଯାଉଛି।,

Breaking News