ରିପୋର୍ଟ କାର୍ଡ / ପୁରୀ
ପୁରୀ ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିବା ପରେ ୫ ଦିନିଆ ଛୁଟିରେ ରହିଛନ୍ତି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା । ସେ ଏନେଇ ପୁରୀ ଏକ୍ସସାଇଜ ସୁପରିଟେଣ୍ଡେଣ୍ଟଙ୍କୁ ଚିଠି ପଠାଇଛନ୍ତି । ଆସନ୍ତା ୯ରୁ ୧୫ ତାରିଖ ଯାଏଁ ଛୁଟିରେ ରହିବାକୁ ସେ ଅନୁମତି ମାଗିଛନ୍ତି । ଏହା ସହ ହେଡକ୍ୱାର୍ଟର ଛାଡ଼ିବାକୁ ଅନୁମତି ଦେବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ପୋଲିସ ବିରୋଧରେ ଅଭିଯୋଗ ପରେ ଛୁଟିକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସେ ଏବେ ଏକ ଭିଡିଓ ଜାରି କରିଛନ୍ତି । ଛୁଟି ମାଗିବା ପରେ ସଞ୍ଜୟ ଭିଡିଓରେ କହିଛନ୍ତି ଯେ, ‘ମୁଁ ଜଣେ ମାନସିକ ରୋଗୀ । କରୋନା ପରଠୁ ୨୦୨୦ରୁ ମୁଁ ମାନସିକ ସ୍ତରରେ ଅସୁସ୍ଥ ଅଛି । ଔଷଧ ଖାଉଥିଲି, କିନ୍ତୁ ମାସେ ହେଲାଣି ଔଷକ୍ଷ ଛାଡ଼ି ଦେଇଥିଲି । ମୁଁ ବହୁତ ଭଲ ପିଲା, ମୋ ଅଧିକ୍ଷକଙ୍କୁ ସମ୍ମାନ ଦିଏ । ମୁଁ ଯାହା କହିଛି ଭୁଲ କହିଛି । ମତେ କ୍ଷମା କରାଯାଉ । ପୋଲିସକୁ ସମ୍ମାନ ଦିଏ । ପୋଲିସ ବହୁତ ଭଲ କାମ କରୁଛି । ମୋ ପାଟିରୁ ଭୁଲରେ ବାହାରି ଯାଇଛି, ମୁଁ ଜଣେ ମାନସିକ ରୋଗୀ ।’ ସଞ୍ଜୟ ଭିଡିଓ ଜାରିରକିବା ପରେ ପ୍ରଶ୍ନ ବାଛି ସୃଷ୍ଟି କରୁଛି କି ସେ ନିଜ ଇଚ୍ଛାରେ ଭିଡିଓ କରିଛନ୍ତି ନା କାହା ଚାପରେ କରିଛନ୍ତି |






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..