Report Card Odisha

| Daily Odia News

ସାଲେପୁର କୁ ଗଡିବ ମୋ ବସ୍‌…..

ରିପୋର୍ଟ କାର୍ଡ / କଟକ

କଟକ ଜିଲ୍ଲା ସାଲେପୁର ସହରକୁ ଗଡିବ ମୋ ବସ ସେବା । ସରକାରଙ୍କ ପକ୍ଷରୁ ସାଲେପୁର କୁ ମୋ ବସ ସେବା ଯୋଗାଇଦିଆଯିବ | ସୂଚନା ଅନୁସାରେ- କଟକ ଚାନ୍ଦବାଲି ରାସ୍ତାର ସାଲେପୁର ସହର ହେଉଛି ଏକ ପ୍ରମ୍ମୁଖ ସହର। ଜନସାଧାରଣଙ୍କ ସୁବିଧାପାଇଁ ସରକାର ଯୋଗାଇଦେଉଛନ୍ତି ମୋବସ ସେବା। ଯାହାଦ୍ୱାରା ଜନସାଧାରଣ ସୁବିଧାରେ କଟକରୁ ସାଲେପୁର ଯାତାୟାତ କରିପାରିବେ। ଏହି ସମସ୍ୟାକୁ ନେଇ ସାଲେପୁର ଜନସାଧାରଣ ସ୍ତାନୀୟ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜନସାଧାରଣଙ୍କ ସମସ୍ୟାକୁ ଗୁରୁତର ସହ ନେଇ ସ୍ଥାନୀୟ ବିଧାୟକ ରାଜ୍ୟସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଥିଲେ । ଏହାପରେ ଆସନ୍ତାକଲି ଠାରୁ ଆରମ୍ଭ ହେବ ମୋ ବସ ସେବା। ମୋ ବସସେବା କଟକରୁ ଜଗତପୁର ଗୋଳେଇଛକ ଦେଇ ସାଲେପୁର ଠାରେ ପହଞ୍ଚିବ। ସେହିପରି ସାଲେପୁର ଠାରୁ ଜଗତପୁର ଗୋଳେଇ ଛକ ଦେଇ କଟକ ଯିବ। ଯାହା ଦ୍ୱାରା ଜନସାଧାରଣ ସୁବିଧାରେ ଯାତାୟାତ କରିପାରିବେ। ମୋ ବସ ସେବାର ରୁଟ ୮୧ନଂ ରୁଟ ଭାବେ ଘୋଷଣା କରାଯାଇଛି। ଯାହାକୁ ନେଇ ସାଲେପୁର ଜନସାଧାରଣ ସ୍ଥାନୀୟ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି

Breaking News