ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୧୦ତାରିଖରେ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ଆନ୍ଧ୍ର ରାଜଭବନର ସୂଚନା ଅନୁଯାୟୀ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ୧୦ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି ନିଜସ୍ୱ ବାସଭବନ ଯିବେ। ଉକ୍ତ ଦିନ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ଉଭୟ ରାଜ୍ୟର କଳା,ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛ। ୧୧ ପୂର୍ବାହ୍ନରେ ଏକ ଘରୋଇ ଟିଭିର ଶିକ୍ଷା ଆଧାରିତ କାର୍ଯ୍ୟକ୍ରମ ‘ଉତ୍କର୍ଷ’ର ଉଦ୍ଘାଟକ ଭାବେ ଯୋଗଦେବେ। ପରେ ଜୟଦେବ ଭବନରେ ଅନୁଷ୍ଠିତ ହେବାକୁ ଥିବା ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ୧୨ ତାରିଖ ପୂର୍ବାହ୍ନରେ ସେ ଆନ୍ଧ୍ର ଫେରିବେ।






More Stories
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..