ରିପୋର୍ଟ କାର୍ଡ / କଟକ
ଆସନ୍ତା ଜୁଲାଇ ୧ତାରିଖ ପୁରୀ ରଥଯାତ୍ରା | ସେଥିପାଇଁ କଟକ, ଭୁବନେଶ୍ବର, ପୁରୀ ମଧ୍ୟରେ ନିୟମିତ ବସ୍ ବ୍ୟତୀତ ପାଖାପାଖି ୧୦୦ଟି ସ୍ବତନ୍ତ୍ର ବସ ଚଳାଚଳ କରିବ। ଘରୋଇ ବସ୍ ମାଲିକ ସଂଘ-ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁସାରେ ଏହି ସ୍ବତନ୍ତ୍ର ବସ୍ସେବା ରଥଯାତ୍ରା ପୂର୍ବଦିନ (ଜୁନ୍ ୩୦ ତାରିଖ), ରଥଯାତ୍ରା ଦିନ(ଜୁଲାଇ ୧ତାରିଖ), ରଥଯାତ୍ରା ପରଦିନ(ଜୁଲାଇ ୨ତାରିଖ), ବାହୁଡା ପୂର୍ବଦିନ(ଜୁଲାଇ ୮ତାରିଖ), ବାହୁଡ଼ା ଦିନ (ଜୁଲାଇ ୯ତାରିଖ), ସୁନାବେଶ(ଜୁଲାଇ ୧୦), ସୁନାବେଶ ପରଦିନ(ଜୁଲାଇ ୧୧) ଏହିପରି ୭ଦିନ ଧରି ଦିନରାତି ଉପଲବ୍ଧ ହେବ। ସମସ୍ତ ବସ୍ ପୁରୀର ତାଳବଣିଆଠାରେ ରହିବ। ଯାତ୍ରୀଙ୍କ ସୁବିଧା ପାଇଁ କଟକ, ପୁରୀ ଓ ଭୁବନେଶ୍ବରରେ ସୂଚନା କେନ୍ଦ୍ର ଖୋଲାଯିବ। ବୈଠକରେ ରାଜ୍ୟ ଘରୋଇ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ରନାଥ ସାହୁ, ସଭାପତି ଲୋକନାଥ ପାଣି, କଟକ ଘରୋଇ ବସ୍ ମାଲିକ ସଂଘ ସଭାପତି ପ୍ରିୟବ୍ରତ ତ୍ରିପାଠୀ, ସାଧାରଣ ସଂପାଦକ ଅଜୟ କୁମାର ବାରିକ, ଭୁବନେଶ୍ବର ଘରୋଇ ବସ୍ ମାଳିକ ସଂଘ ସଂପାଦକ ବରଦା ଆଚାର୍ଯ୍ୟ, ସଭାପତି ଦେବବ୍ରତ ପଟ୍ଟନାୟକ, ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍ଟିଏ) କମିସନର ଅରୁଣ ବୋଥ୍ରା, ଅତିରିକ୍ତ କମିସନର ଶ୍ରୀନିବାସ ବେହେରାଙ୍କ ସମେତ ଆର୍ଟିଓ କଟକ, ଆର୍ଟିଓ ଭୁବନେଶ୍ବର, ଆର୍ଟିଓ ପୁରୀ, ପୁରୀ ଡିଏସ୍ପି, ଭୁବନେଶ୍ବର ଡିଏସ୍ପି(ଟ୍ରାଫିକ)ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..