ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପି ସରକାରର ୮ବର୍ଷ ପୂର୍ତ୍ତିକୁ ରାଜ୍ୟ ବିଜେପି ଚଳିତମାସ ୧୫ତାରିଖରୁ ରାଜ୍ୟବ୍ୟାପୀ ପାଳନ କରିବ । ରାଜ୍ୟର ସମସ୍ତ ୩୬ଟି ସାଂଗଠନିକ ଜିଲ୍ଲାରେ ବିଜେପି ଏହି ୮ ବର୍ଷ ପୂର୍ତ୍ତି ସମାରୋହ ପାଳିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି | ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ବରିଷ୍ଠ ନେତା ପ୍ରଦୀପ ପୁରୋହିତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ସଫଳତାର ସହ ୮ବର୍ଷ ପୂରଣ କରିଥିବାରୁ ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଥିବା ଦଳର ୩୬ଟି ସାଂଗଠନିକ ଜିଲ୍ଲାରେ ଏହି ସମାରୋହ ପାଳନ ହେବ । ଜୁନ୍ ୧୫ତାରିଖରୁ ଏହି ପୂର୍ତ୍ତି ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ସ୍ଥାନୀୟ ନେତାଙ୍କ ବ୍ୟତୀତ ରାଜ୍ୟର ସମସ୍ତ ନିର୍ବାଚିତ ଦଳୀୟ ବିଧାୟକ ଓ ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦ, ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ନେତାମାନେ ସାମିଲ ହେବେ । ଏହି ସମାରୋହରେ ମୋଦି ସରକାରର ସଫଳତା ଓ ଓଡ଼ିଶା ପ୍ରତି ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଦଳୀୟ ନେତାମାନେ ମତ ରଖିବେ । ଏହି ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦଳର କର୍ମୀ ଓ ନେତାମାନଙ୍କୁ ଅବଗତ କରାଯାଇଛି ।






More Stories
ରତ୍ନଭଣ୍ଡାର ଗଣତି ବୈଠକ…..
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..