ରିପୋର୍ଟ କାର୍ଡ / ଢେଙ୍କାନାଳ
ଗୁପ୍ଚୁପ୍ ଖାଇ ଟଙ୍କା ନ ଦେବାରୁ ପିଆଜକଟା ଛୁରିରେ ଗ୍ରାହକଙ୍କ ତଣ୍ଟି କାଟିଦେଲେ ଦୋକାନୀ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ପାଳସାହି ଗ୍ରାମରେ | ବୁଧବାର ରାତିରେ ଘଟିଛି ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ। ମୃତକ ହେଲେ ବିଭୂତି ସାହୁ । ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଗୁପ୍ଚୁପ୍ ବ୍ୟବସାୟୀ ଜଗନ୍ନାଥ ସାହୁ ଓରଫ ଙ୍କୁ ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଜଗନ୍ନାଥ ଗ୍ରାମରେ ଗୁପ୍ଚୁପ୍ ବ୍ୟବସାୟ କରନ୍ତି। ଉକ୍ତ ଗ୍ରାମର ବିଭୂତି ନିଶାସକ୍ତ ଅବସ୍ଥାରେ ରାତି ପ୍ରାୟ ୮ଟାରେ ତାଙ୍କ ଠେଲା ନିକଟକୁ ଆସି ଗୁପ୍ଚୁପ୍ ଖାଇଥିଲେ। ଟଙ୍କା ନ ଦେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ଘଟଣା ଉଗ୍ରରୂପ ନେଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଜଗନ୍ନାଥ ପିଆଜ କଟାଯାଉଥିବା ଛୁରିରେ ବିଭୂତିଙ୍କ ତଣ୍ଟି କାଟି ଦେଇଥିଲେ। ଫଳରେ ସେ ଘଟଣାସ୍ଥଳରେ ବିଭୂତିଙ୍କର ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ପୋଲିସ ଚଢ଼ାଉ କରି ଗୁପ୍ଚୁପ୍ ବ୍ୟବସାୟୀ ଜଗନ୍ନାଥ ସାହୁ ଙ୍କୁ ଗିରଫ କରିଥିବା ସୂଚନା ମିଳିଛି |






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..