ରିପୋର୍ଟ କାର୍ଡ / ଭୁବନେଶ୍ବର
ନିକଟରେ ବାଚସ୍ପତି ପଦରୁ ସୂର୍ଯ୍ୟ ନାରାୟଣ ପାତ୍ର ଇସ୍ତଫା ଦେଇଛନ୍ତି | କିଏ ହେବ ବାଚସ୍ପତି ସେନେଇ ଚର୍ଚ୍ଚା ଲାଗିରହିଛି | ଏହା ଭିତରେ ଆଜି ବାଚସ୍ପତି ନିର୍ବାଚନ ପାଇଁ ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ଏହି ଅବସରରେ ଶ୍ରୀ ଆରୁଖଙ୍କ ସହ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସମୀର ରଂଜନ ଦାଶ, ବିଧାୟକ ଭୂପିନ୍ଦର ସିଂ, ରାଜେନ୍ଦ୍ର ସାହୁ ଓ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବିକ୍ରମ କେଶରୀ ଆରୁଖ ବାଚସ୍ପତି ହେବା ନିଶ୍ଚିତ। ନାମାଙ୍କନ ପତ୍ର ଦାଖଲ ପରେ ବିକ୍ରମ କେଶରୀ ଆରୁଖ କହିଛନ୍ତି, ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋ ନାଁ ପ୍ରସ୍ତାବ କରିଥିବାରୁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ବିଧାନସଭାର ପରମ୍ପରା ଓ ଗାରିମା ରକ୍ଷା ପାଇଁ ଉଦ୍ୟମ ଜାରି ରଖିବି। ଉଲ୍ଲେଖଯୋଗ୍ୟ, ୧୯୯୫ ମସିହାରୁ ଲଗାତାର ଭାବେ ଭଞ୍ଜନଗରରୁ ଜିତି ଆସୁଥିବା ଶ୍ରୀ ଆରୁଖ ୨୦୦୮ ମସିହାରେ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ବ ତୁଲାଇଥିଲେ। ଏହା ପରେ ୨୦୦୯ ମସିହାରୁ ଲଗାତାର ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ଆସୁଛନ୍ତି। ସେ ବିଭିନ୍ନ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବରେ ରହିଛନ୍ତି।






More Stories
ବେଆଇନ ନିଯୁକ୍ତି ନେଇ ତାଗିଦ…..
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..