ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିଷମାନ ଙ୍କୁ କୋଭିଡ ଟିକା ପରେ ଏବେ ପଶୁମାନଙ୍କ ପାଇଁ କୋଭିଡ୍ ଟିକା ଉପଲବ୍ଧ । ଗତ ଗୁରୁବାରଦିନ ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଦେଶର ପ୍ରଥମ କୋଭିଡ୍ ଟିକା ଆନକୋଭାକ୍ସକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଲଞ୍ଚ୍ କରିଛନ୍ତି । ଏହି ଟିକାକୁ ହରିୟାଣାସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଅଧିନସ୍ଥ ଜାତୀୟ ଅଶ୍ବ ଗବେଷଣା କେନ୍ଦ୍ର ପକ୍ଷରୁ ବିକଶିତ କରାଯାଇଛି । ଏହି ଟିକା ପଶୁମାନଙ୍କୁ ଆକ୍ରାନ୍ତ କରୁଥିବା ଉଭୟ ଡେଲଟା ଓ ଓମିକ୍ରନ ଭାରିଆଣ୍ଟକୁ ଲୋପ କରିବାକୁ ସକ୍ଷମ । ଏହା କୁକୁର, ସିଂହ, ଚିତା,ଠେକୁଆ,ମୂଷା ଆଦି ପଶୁମାନଙ୍କ ପାଇଁ ସୁରକ୍ଷିତ ବୋଲି ଆଇସିଏଆର ପକ୍ଷରୁ କୁହାଯାଇଛି ।






More Stories
ଆଜିଠୁ ବଙ୍ଗ ଭୟମୁକ୍ତ…..
ଭବାନୀପୁରରେ ହାରିଲେ ଦିଦି…..
ପଶ୍ଚିମବଙ୍ଗ,ତାମିଲନାଡୁ ସମେତ ୫ ରାଜ୍ୟର ନିର୍ବାଚନ ଫଳାଫଳ…..