ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅପରାହ୍ଣ ୩ଟା ଯାଏ ବନ୍ଦ ରହିବ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ । ସୂଚନା ଅନୁଯାୟୀ ତିନି ଠାକୁରଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ସ୍ନାନଯାତ୍ରା ପାଇଁ ରତ୍ନସିଂହାସନରେ ଚାରମାଳ ବନ୍ଧାଯିବା ସହ ସେନାପଟା ଲାଗି ଅନୁଷ୍ଠିତ କରାଯିବ । ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ତାହା ସହ ଅନ୍ୟ ଦେବାଦେବୀଙ୍କୁ ମଧ୍ୟ ଦର୍ଶନ କରିବା ସହ ଆନନ୍ଦବଜାରରୁ ମହାପ୍ରସାଦ କିଣିପାରିବେ । ଚାରମାଳ ବନ୍ଧା ଓ ସେନାପଟା ଲାଗି ଶେଷ ପରେ ଦିନ ୧୨ଟାରେ ଠାକୁରଙ୍କ ମଙ୍ଗଳ ଆଳତି ହେବ । ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି ରହିଛି । ସମସ୍ତ ନୀତି ସମ୍ପନ୍ନ ହେବା ପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଆଜି ତ୍ରୟୋଦଶୀ ତିଥି ଥିବାରୁ ଦଇତାପତି ପ୍ରବେଶ କରିଛନ୍ତି । ବିଳମ୍ବିତ ରାତିରେ କୋଠ ସୁଆଁସିଆ ସେବକଙ୍କ ଦ୍ୱାରା ରତ୍ନସିଂହାସନରେ ଚାରମାଳ ବନ୍ଧାଯାଇଛି । ଦିନ ସାଢ଼େ ୧୧ଟା ସୁଦ୍ଧା ସେନାପଟ୍ଟା ଲାଗି ଶେଷ ହେବାର ସମ୍ଭାବନା ରହିଛି । ଏହି ନୀତି ଯୋଗୁ ଅପରାହ୍ଣ ୩ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..