ରିପୋର୍ଟ କାର୍ଡ / କୋରାପୁଟ
କୋରାପୁଟର କୋଟିଆକୁ ନିଜ ହେପାଜତକୁ ନେବା ପାଇଁ ଆନ୍ଧ୍ର ସରକାର ବିଭିନ୍ନ ଉପାୟରେ ପ୍ରୟାସ ଜାରି ରଖିଛନ୍ତି । କେତେବେଳେ କୋଟିଆକୁ ନିଜର କରି ସେଠାକାର ଅଧିବାସୀମାନଙ୍କୁ ମନାଇବା ପାଇଁ ବିଭିନ୍ନ ମାଗଣା ସାମଗ୍ରୀ ପ୍ରଦାନ କରୁଛନ୍ତି | ସରକାରୀ ସହାୟତା ଯୋଗାଇ ଦେଉଛନ୍ତି ।ଏପରିକି ତେଲୁଗୁ ଭାଷାରେ ପୋଷ୍ଟର ମାରି କୋଟିଆକୁ ନିଜର ବୋଲି ଦାବି କରୁଛି ଆନ୍ଧ୍ର। ତେବେ ନିକଟରେ ଆନ୍ଧ୍ରର କେତେକ ପ୍ରଶାସନିକ ଅଧିକାରୀ କୋଟିଆରେ ଜୋର୍ଜବରଦସ୍ତ ପ୍ରବେଶ କରି ବିଭିନ୍ନ ସ୍ଥାନରେ କୋରାପୁଟ ଜିଲ୍ଳା ପ୍ରଶାସନ ପକ୍ଷରୁ ଲଗାଯାଇଥିବା ଓଡ଼ିଆ ଫଳକଗୁଡ଼ିକୁ ହଟାଇ ଦେଇଛନ୍ତି । ଏହିସବୁ ଫଳକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲାଗିଥିବାବେଳେ ଏହି ଅଧିକାରୀମାନେ ସେଗୁଡ଼ିକୁ ହଟାଇ ଦେଇ ସେସବୁ ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ନମୋହନ ରେଡ୍ଡୀଙ୍କ ଫଟୋ ଥିବା ବଡ଼ ବଡ଼ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି ।






More Stories
ପ୍ରବଳ ବର୍ଷା ସମ୍ଭାବନା…..
ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତ…..
୧୮ ପ୍ରସ୍ତାବ କୁ କ୍ୟାବିନେଟ୍ ମଞ୍ଜୁରୀ…..