ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନାର କରାଳ କାୟାରେ ଛନ୍ଦିହୋଇ ଅସମୟରେ ଝଡିପଡିଥିବା ଓଡିଶା ବନ ଉନ୍ନୟନ ନିଗମର ପୂର୍ବତନ ଅଧିକାରୀ, ଶ୍ରୀ ଈଶାନେଶ୍ୱର ମନ୍ଦିର ଟ୍ରଷ୍ଟର ସଭାପତି, ନୀଳାଦ୍ରିବିହାର ଆବାସିକ ସଂଘର ପୂର୍ବତନ କର୍ମକର୍ତ୍ତା , ସମାଜସେବୀ, ଧର୍ମପରାୟଣ ବ୍ୟକ୍ତିତ୍ୱ, ସର୍ବମାନ୍ୟ ମୁରବୀ, ଆଦରଣୀୟ ତଥା ସର୍ବଜନାଦୃତ ବ୍ୟକ୍ତିତ୍ୱ ସ୍ୱର୍ଗତଃ ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କୁ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଶ୍ରୀ ଈଶାନେଶ୍ୱରଙ୍କ ପୀଠରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ଉତ୍ସବକୁ ଓଡିଶା ଡି.ଏ.ଭି ଅନୁଷ୍ଠାନ ସମୁହର ଆ ଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ଶ୍ରଦ୍ଧାସୁମନ ଅର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏଥିରେ ବିଭିନ୍ନ ବର୍ଗର ଯୋଗଦେଇଥିବା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଭୁବନେଶ୍ୱର ଉ ର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ମଞ୍ଜୁଲତା କହଁର, ସ୍ଥାନୀୟ କର୍ପୋରେଟର ମୋନାଲିସା ସାହୁ, ପୂର୍ବତନ ବିଧାୟକ ପ୍ରୀୟଦର୍ଶୀ ମିଶ୍ର ଓ ଡ. ଦେବାଶିଷ ପଟ୍ଟନାୟକ, ସମ୍ ହସ୍ପିଟାଲର ଡିନ୍ ଡଃ ସଂଘମିତ୍ରା ମିଶ୍ର, ଡି.ଏ.ଭି ଅନୁଷ୍ଠାନ ସମୁହର ସହ ଆ ଳିକ ନିର୍ଦ୍ଦେଶିକା ଡ. ସୁଜାତା, ଡି.ଏ.ଭି ୟୁନିଟ୍-୮ ର ଅଧ୍ୟକ୍ଷା ଇପ୍ଶିତା ଦାଶ, ବରିଷ୍ଠ ଶିକ୍ଷାବିତ୍ ଭାଗ୍ୟବତୀ ନାୟକ, ଚଳଚିତ୍ର ଅଭିନେତା ପ୍ରେମାଞ୍ଜନ ପରିଡା, ସୁନାମଧନ୍ୟ ଚିକିତ୍ସକ ଡଃ ଆର୍.କେ.ମହାପାତ୍ର, ଡଃ ବସନ୍ତ କୁମାର ପତି, ଡଃ ଅଶୋକ ଆଚାର୍ଯ୍ୟ, ଡଃ ସମୀର୍ ସାହୁ , ଡଃ ଅଶୋକ କୁମାର ନନ୍ଦ, ଡଃ ସୁଦୀପ୍ତ ସାହୁ, ଡଃ ଏନ୍.କେ. ପଟ୍ଟନାୟକ, ଡଃ ପ୍ରଭଞ୍ଜନ ରାୟସାମନ୍ତ, ଭୁବନେଶ୍ୱର ଆପୋଲ ହସ୍ପିଟାଲର ବି ବିଭାଗ ମୁଖ୍ୟ ଅମର କୁମାର ବେହେରା ଓ ଅଧିକାରୀ ଆଲୋକ କୁମାର ବେହେରା, କିମ୍ସ ହସ୍ପିଟାଲ୍ର ପରିଚାଳନା ନିର୍ଦ୍ଦେଶକ ସୌମ୍ୟକାନ୍ତ ଶତପଥୀ, ବରଗଡ ଥାନା ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଅନୁଗୁଳ ଜିଲ୍ଲାର ପୂର୍ବତନ ଉପ-ଜିଲ୍ଲାପାଳ ବାସୁଦେବ ଶତପଥୀ, ଭାରତ ସଂଚାର ନିଗମ ଲିମିଟେଡ୍ର ପୂର୍ବତନ ଅଧିକାରୀ ଶ୍ରୀ ବଳରାମ ପାଲ୍ ଓ ଅବନିନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ସ୍ୱର୍ଗତ ଆତ୍ମାର ଐଶ୍ୱରିକ ଶାନ୍ତି ପ୍ରାର୍ଥନା କରିଥିଲେ । ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ପ୍ରତ୍ୟକ୍ଷ ତ ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଈଶାନେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ, ନୀଳାଦ୍ରି ବିହାର ଆବାସିକ ସଂଘ, ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା , ବିଭିନ୍ନ ଡି.ଏ.ଭି ଅନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ତଥା ଅ ଳର ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବି ଉପସ୍ଥିତ ରହି ସ୍ୱର୍ଗତ ପାଣିଗ୍ରାହୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହ ଏକ ସ୍ମୃତି କମିଟି ଗଠନ ଓ ଏକ ସ୍ମରଣିକା ପ୍ରକାଶ କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ । ପ୍ରକାଶ ଥାଉକି ସ୍ୱର୍ଗତଃ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇ ଫୁସ୍ଫୁସ୍ ଜନିତ ସଂକ୍ରମଣ ଯୋଗୁ ଗତବର୍ଷ ଜୁନ୍ ମାସରେ ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ, ସରଳ, ନିଷ୍କପଟ, ଅମାୟିକ ବ୍ୟକ୍ତି ଭାବେ ସ୍ଥାନୀୟ ଅ ଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଶେଷରେ ପାଣିଗ୍ରାହୀ ପରିବାର ତରଫରୁ ସମସ୍ତଙ୍କ ସଦୟ ଉପସ୍ଥିତ ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..