ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଗ୍ନିପଥ ଯୋଜନାକୁ ବିରୋଧ କରି ସାରା ଦେଶରେ ଜଳୁଛି ନିଆଁ| କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଅଗ୍ନିପଥ ଯୋଜନାର ମାଧ୍ୟମରେ ସେନାରେ ନୂଆ ନିଯୁକ୍ତି ପ୍ରିକୟିୟାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି | ଆଜି ସକାଳେ ଉତ୍ତରପ୍ରଦେଶର ବାଲିଆ ରେଳ ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ଉତ୍ତ୍ୟକ୍ତ ଜନତା ଟ୍ରେନ୍କୁ ବାଡ଼େଇ ଭଙ୍ଗାରୁଜା କରିବାରେ ସହ ଷ୍ଟେସନରେ ମଧ୍ୟ ଫିଙ୍ଗାପୋନପଡ଼ା କରିଛନ୍ତି। ତେବେ ପୁଲିସହ ସେଠରେ ପହଞ୍ଚି ପାରିସ୍ଥ୍ତତକୁ ଆୟତ୍ତ କରିନେଇଥିଲା। ତେବେ ଯାଆମାନେ ଭଙ୍ଗାରରୁଜୁ କରଇନ୍ତି ସାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଂନ ଗ୍ରହଣ କରାଯିବ ବୋଲି ବାଲିଆ ପୁଲିସ କହିଛି। ହରିୟାଣାର ପଲୱାଲ ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ଓ ଏସଏମସ ସର୍ଭିଆସକୁ ବାତିଲ କରାଯାଛି। ଏଠାରେ ସ୍ଥିତି ଭୟଭ୍କର ଥିବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଛି। ଏହି ଆନ୍ଦୋଳନ ଧୀରେଧୀରେ ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ ଦେଇ ଦିଲ୍ଲୀ ପର୍ଯ୍ୟନ୍ତ ପହଂଚିଲାଣି। ଶୁକ୍ରବାର ସକାଳେ ବିହାରର ସମସ୍ତିପୁରା ଏବଂ ଲଖିସରାୟାରେ ପ୍ରଦର୍ଶନକାରୀମାନେ ଟ୍ରେନ୍ରେ ନିଆଁ ଲଗାଇ ଦେଇଥିଲେ। ସେହିପରି ଆଜି ସକାଳେ ଯୁବକମାନେ ଉତ୍ତରପ୍ରଦେଶର ବାଲିୟା ଷ୍ଟେସନ୍ରେ ପ୍ରବଳ ଭଙ୍ଗାରୁଜା କରିଛନ୍ତି। ସେହିପରି ବିହାରରେ ବେଗୁସରାଇ ରେଳ ଷ୍ଟେସନରେ ସମାନ ଘଟଣା ଦେଖିବାକୁ ମିଳିଛି। ଏଠାରେ ଉତ୍ତ୍ୟକ୍ତ ଆଶାୟୀମାନେ ସମ୍ପର୍କକ୍ରାନ୍ତି ଟ୍ରେନ୍କୁ ଜାଳି ଦେଇଛନ୍ତି। ବିହାରରେ ବ୍ୟାରପକ ଭଙ୍ଗରୁଜା ହୋଇଥିବା ବେଳେ ପୁଲିସ ୬୫୦ ଜରଙ୍କ ନାମରେ ମାମଲା ରୁଜୁ କରିଛି। ୧୬ ଜଣ ଆନ୍ଦୋଳନକାରୀଙ୍କୁ ଗରଫ କରିଛି। ଜୋରଦାର ବିରୋଧ ପରେ ଅଗ୍ନିପଥ ଯୋଜନାରେ ଜାକିରିରି ନିୟମକୁ କିଛିତ ବଦଳାଯାଛି। କେବଳ ଆବେଦନ ପାଇଁ ସର୍ବାଧିକ ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି କରାଯାଇଛି। ହେଲେ ଏହି ପରିବର୍ତ୍ତନ ନିଯୁକ୍ତି ଆଶାୟୀଙ୍କୁ ଆଶ୍ୱସ୍ତ କରିପାରିନି ନଥିବା ବେଳେ ବିଶାଖାପାଟନମରେ ମଧ୍ୟ ଅଗ୍ନିପଥ ଯୋଜନାକୁ ବିରୋଧ କରି ଆନ୍ଦୋଳନ ଜୋର ଧରିଛି | ହଜାରହଜାର ସଂଖ୍ୟକ ବିକ୍ଷୋଭକାରୀ ରେଳ ରୋକ କରି ଟ୍ରେନ ରେ ନିଆଁ ଲଗାଇଦେଇଛନ୍ତି | ଗୁଳି ମଦ ମଧ୍ୟ ହୋଇଥିବା ସୂଚନା ମିଳୁଛି |






More Stories
“ହମ୍ପଟି ଡମ୍ପଟି ବଜେଟ”……
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….