ରିପୋର୍ଟ କାର୍ଡ / ବଲାଙ୍ଗିର
ବଲାଙ୍ଗିର ଜିଲ୍ଲା ପୋଲିସ ମୃତ ଯୁବତୀଙ୍କ ସ୍କେଚ୍ ଜାରି କରିବା ସହ ପୁରସ୍କାର ରାଶି ଘୋଷଣା କରିଛନ୍ତି । ୨୦୨୧ ମସିହା ଫେବ୍ରୁଆରୀ ୨୩ ତାରିଖ ଦିନ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ନିକଟସ୍ଥ ଜାତୀୟ ରାଜପଥ ୨୬କଡକୁ ଲାଗି ରହିଥିବା ଏକ ଚାଷ ଜମିର ପୋଡା ପାଳ ଗଦାରୁ ସଂପୂର୍ଣ୍ଣ ପୋଡିଯାଇଥିବା ନର କଙ୍କାଳ ମିଳିଥିଲା । ପାରିପାର୍ଶ୍ଵିକ ଦୃଶ୍ୟ ଦେଖି ତାହା ଜଣେ ମହିଳାଙ୍କ ବୋଲି କୁହାଯାଇଥିଲା । କାରଣ ସେ ଜାଗାରୁ ୧୪ଟି ଚୁଡି ଓ ହଳେ ପାଉଁଜି ମିଳିଥିଲା । ଏବେ କିନ୍ତୁ ଏ ଘଟଣାକୁ ସଇଁନ୍ତଲା ପୋଲିସ ଗୁରୁତର ସହ ନେଇ ମୃତ ମହିଳାଙ୍କ ସ୍କେଚ୍ ଜାରି କରିଛି । ମୃତ ମହିଳାଙ୍କ ବୟସ ପାଖାପାଖି ୧୮ ରୁ ୨୫ ବର୍ଷ ହୋଇଥିବା କୁହାଯାଇଛି । ଏହି ସ୍କେଚ୍ କୁ ଯିଏ ଚିହ୍ନଟ କରିବ ତାଙ୍କୁ ୧୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଏଥିସହ ସ୍କେଚ୍ ଚିହ୍ନଟ କରିଥିବା ବ୍ୟକ୍ତିଙ୍କ ନାଁ ଗୋପନ ରଖାଯିବ ବୋଲି ବଲାଙ୍ଗିର ଜିଲ୍ଲା ପୋଲିସ ତରଫରୁ ପୋଷ୍ଟର ମାଧ୍ୟମରେ ସୂଚନା ଦିଆଯାଇଛି|






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….