Report Card Odisha

| Daily Odia News

ଡ଼ ନାରାୟଣ ମହାପାତ୍ରଙ୍କୁ “ଭାରତ ଭୂଷଣ ଜାତୀୟ ସମ୍ମାନ ୨୦୨୨”……

ରିପୋର୍ଟ କାର୍ଡ / ଭୁବନେଶ୍ଵର

ରାଷ୍ଟ୍ରୀୟ ନିଶା ଫାଉଣ୍ଡେସନ ବାଙ୍ଗାଲୋର ପକ୍ଷରୁ ଡ ନାରାୟଣ ମହାପାତ୍ରଙ୍କୁ “ଭାରତ ଭୂଷଣ ଜାତୀୟ ସମ୍ମାନ ୨୦୨୨” ରେ ସମ୍ମାନିତ କରାଯାଇଛି | ସମାଜରେ ବିଭିନ୍ନ ପ୍ରକାରର ସମାଜ ସେବା ଓ ସମାଜ ରେ ଘଟୁଥିବା ବିଭିନ୍ନ ସମସ୍ୟା କୁ ସମାଧାନ କରିବାରେରେ ଉଲ୍ଲେଖନିୟ ସହଯୋଗ କରିଥିବାରୁ ଶ୍ରୀ ମହାପାତ୍ର ଏହି ସମ୍ମାନର ଅଧିକାରୀ ହୋଇଛନ୍ତି | ବରିଷ୍ଠ ଗୁରୁଜନ ଓ ଅବହେଳିତ ଛୋଟ ପିଲାମାନଙ୍କ କଲ୍ୟାଣ ପାଇଁ ଡ଼ ମହାପାତ୍ର ଗତ ୫ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରିଆସୁଛନ୍ତି ଓ ସେଥି ପାଇଁ ଦେଶ ତଥା ବିଦେଶର ବହୁ ଅନୁଷ୍ଠାନ ରୁ ସମ୍ମାନିତ ମଧ୍ୟ ହୋଇଛନ୍ତି| ମାସର ବିଭିନ୍ନ ସମୟ ରେ ଗରିବ ଲୋକଙ୍କ ନିମନ୍ତେ ମାଗଣା ରନ୍ଧା ଖାଦ୍ୟ ବଣ୍ଟାଯିବା ଶହ, ପ୍ରତେକ ମାସରେ ମାଗଣା ସ୍ବାସ୍ଥ୍ୟ ଶିବିର ବିଭିନ୍ନ ଅବହେଳିତ ଜରାଶ୍ରାୟ ଓ ଛୋଟ ପିଲାମାନଙ୍କ ପାଇଁ କରିଥାନ୍ତି |

Breaking News