ରିପୋର୍ଟ କାର୍ଡ / କଟକ
କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ ତଣ୍ଡ ଗଣିବେ ୫ ହଜାର ଟଙ୍କା। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ୨୦୧୯ ବିଧାନସଭା ନିର୍ବାଚନରେ ଅନିୟମିତତା କରି କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ ବିଜୟୀ ହୋଇଥିବା ଅଭିଯୋଗ ଆଣିଥିଲେ ପରାଜିତ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ। ଏହି ଅଭିଯୋଗର ବିଚାର କରି ନିର୍ବାଚନ କୁ ଆସିଦ୍ଧ ଘୋଷଣା କରିବା ସହ ମୋକିମଙ୍କ ବିଧାୟକ ପଦକୁ ରଦ୍ଦ କରିବା ପାଇଁ ହାଇକୋର୍ଟରେ ଇଲେକ୍ସନ ପିଟିସନ ଦାଖଲ କରିଥିଲେ ଦେବାଶିଷ । ତେବେ ଦେବାଶିଷଙ୍କ ମାମଲାରେ ବିଚରାଯୋଗ୍ୟ ତଥ୍ୟ ନଥିବା ଦର୍ଶାଇ ଏହାକୁ ଖାରଜ କରିବାକୁ ବିଧାୟକ ମହମ୍ମଦ ମୋକିମ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଯାହାକୁ କୋର୍ଟ ଖାରଜ କରିବା ସହ ପ୍ରତିପକ୍ଷଙ୍କୁ ୫ ହଜାର ଟଙ୍କା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଦେବାଶିଷଙ୍କ ଇଲେକ୍ସନ ପିଟିସନକୁ କୋର୍ଟ କାୟମ ରଖିଛନ୍ତି। ଆସନ୍ତା ୨୯ ତାରିଖରେ ମୂଳ ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି।






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..