ରିପୋର୍ଟ କାର୍ଡ / ପାଟନା
ବିହାର ମୋକମାର ବାହୁବଳୀ ବିଧାୟକଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ | RJDର ବିଧାୟକ ଅନନ୍ତ ସିଂଙ୍କୁ ନିଷିଦ୍ଧ ଆଧୁନିକ ଅସ୍ତ୍ର ଏକେ-୪୭ ରଖିବା ଏବଂ ହ୍ୟାଣ୍ଡ ଗ୍ରେନେଡ ଜବତ ମାମଲାରେ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ପାଟନାର ସ୍ବତନ୍ତ୍ର କୋର୍ଟ । ଏହି ମାମଲାରେ ଗତ ଜୁନ୍ ୧୪ରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୨୦, ଅକ୍ଟୋବର ୧୫ରେ ବିଧାୟକ ଅନନ୍ତ ସିଂ ଏବଂ କେୟାର୍ ଟେକର୍ ସୁନୀଲ ରାମଙ୍କ ବିରୋଧରେ ଏମ୍ପି-ବିଧାୟକ କୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା। ସୂଚନାଯୋଗ୍ୟ, ପାଟନା ପୋଲିସର ଏକ ଟିମ୍ ଅଗଷ୍ଟ ୧୬,୨୦୧୯ରେ ଲଡୱାନ ଗାଁରେ ଥିବା ମୋକାମା ବିଧାୟକ ଅନନ୍ତ କୁମାର ସିଂଙ୍କ ପୈତୃକ ଘରେ ଚଢାଉ କରିଥିଲା। ଏହି ଚଢାଉରେ ପୋଲିସ ମୋକାମା ବିଧାୟକଙ୍କ ଘରୁ ନିଷିଦ୍ଧ ଅସ୍ତ୍ର ଏକେ-୪୭ ଏବଂ ଦୁଇଟି ଗ୍ରେନେଡ ଜବତ କରିଥିଲା। ଏହି ମାମଲାରେ ବିଧାୟକଙ୍କୁ ଗିରଫ କରାଯାଇଥିଲା।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..