Report Card Odisha

| Daily Odia News

ଲାୟନସ କ୍ଲବ ଅଫ ଭୁବନେଶ୍ୱର କ୍ରାଉନ ର ବୈଠକ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଲାୟନସ କ୍ଲବ ଅଫ ଭୁବନେଶ୍ୱର କ୍ରାଉନ ର ଏକ ବୈଠକ ପାଷ୍ଟ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶ୍ରୀ ରବୀନ୍ଦ୍ର ଜେନା ଙ୍କ ଅଶୋକନଗର ଅଫିସ ରେ ଅନୁଷ୍ଠିତ ହୋଇଥିଲା | ସମ୍ପାଦକ ଅଜୟ ହରିଚନ୍ଦନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ସମସ୍ତେ ବିଶ୍ଵଶାନ୍ତି ନିମନ୍ତେ ପ୍ରାଥନା କରି ନୂତନ ସଦସ୍ୟ ଭାବେ ଶ୍ରୀ ନାରାୟଣ ମହାପାତ୍ର ଓ କୃଷ୍ଣଚନ୍ଦ୍ର ବିଶୋଇ ଙ୍କୁ ସ୍ବାଗତ ଜଣାଇବା ସହ ଲାୟନସ କ୍ଲବ ଅଫ ଭୁବନେଶ୍ୱର କ୍ରାଉନର ମେମ୍ବରଶିପ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା | ବୈଠକ ରେ ଆଗାମୀ ଦିନରେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ କରିବା ପାଇଁ ଆଲୋଚନା ହୋଇଥିଲା | ଆଗାମୀ ୨୬ .୬.୨୨ ରେ ବିନୟଦୀପ ଆପାର୍ଟମେଣ୍ଟ ଅଶୋକନଗର ଭୁବନେଶ୍ୱର ରେ ସକାଳ ୮ଘଟିକା ରୁ ୧୨ ଘଟିକା ଯାଏ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ ଶ୍ରୀ ନାରାୟଣ ମହାପାତ୍ର ଙ୍କ ଚେଆରମ୍ୟାନଶିପ ରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି | ଏହି କାର୍ଯ୍ୟକ୍ରମ ରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ନିଷ୍ପତି ଗ୍ରହଣ କରାଯାଇ ସମ୍ପାଦକ ଙ୍କୁ ଆନୁଷଙ୍ଗିକ ପଦକ୍ଷେପ ନେବାକୁ ଅନୁରୋଧକରିଥିଲେ | ଏହି ବୈଠକରେ ଉମାଶଙ୍କର ଦାସ, ସତ୍ୟକାମ ମହାନ୍ତି, କୋଷାଧ୍ୟକ୍ଷ ଓମ୍ ପ୍ରକାଶ ରାଉତ ରାୟ ପ୍ରମୁଖ ଯୋଗଦେଇଥିଲେ | ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା |

Breaking News