Report Card Odisha

| Daily Odia News

ଟିଏମ୍‌ସିରୁ ଇସ୍ତଫା ଦେଲେ ଯଶବନ୍ତ ସିହ୍ନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ବିଜେପି ଓ ବିରୋଧୀଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ। ଏହା ମଧ୍ୟରେ ତୃଣମୂଳ କଂଗ୍ରେସର ନେତା ଯଶବନ୍ତ ସିହ୍ନା ମଙ୍ଗଳବାର ଦଳ ଛାଡ଼ିବା ନେଇ ଘୋଷଣା କରିଛନ୍ତି। ବର୍ତ୍ତମାନ ସେ ବୃହତ ବିରୋଧି ଏକତାର ରାଷ୍ଟ୍ରୀୟ ଉଦ୍ଦେଶ୍ୟ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସିହ୍ନାଙ୍କ ନାମକୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଚୟନ କରିବେ ବୋଲି ଚର୍ଚ୍ଚା ଚାଲିଛି। ଏହା ପୂର୍ବରୁ କରାଯାଇଥିବା ସିହ୍ନାଙ୍କ ଟୁଇଟ ଏବଂ ଏବେ ଦଳ ଛାଡ଼ିବା ଆହୁରି ସସ୍ପେନ୍ସ ବଢ଼ାଇଛି। ପୂର୍ବରୁ ସେ ଟୁଇଟ କରିଥିଲେ ଯେ, ଟିଏମ୍‌ସିରେ ମୋତେ ଦିଆଯାଇଥିବା ସମ୍ମାନ ପାଇଁ ମମତାଙ୍କୁ କୃତଜ୍ଞତା ଜଣାଉଛି। ବର୍ତ୍ତମାନ ସମୟ ଆସିଛି ବିରୋଧୀ ଏକତାର ବ୍ୟାପକ ଜାତୀୟ ଉଦ୍ଦେଶ୍ୟ ପାଇଁ ଦଳରୁ ମୋତେ ଦୂରେଇ ଯିବାକୁ ପଡିବ। ମୁଁ ନିଶ୍ଚିତ ଯେ ମମତା ଏହାକୁ ଅନୁମତି ଦେବେ ବୋଲି ଯଶବନ୍ତ କହିଛନ୍ତି।

Breaking News