Report Card Odisha

| Daily Odia News

ଦିଲ୍ଲୀ ଯିବେ କଂଗ୍ରେସର୯ ବିଧାୟକ, ହେବ ରଣନୀତି ପ୍ରସ୍ତୁ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଅର୍ଥ ହେରଫେର ମାମଲାରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ୪ଥର ଜେରା ହୋଇସାରିଛନ୍ତି | ଆସନ୍ତା ସୋମବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଜେରା କରିବାକୁ ସମନ ଜାରି କରିଛି । ଅଲ ଇଣ୍ଡିଆ କଂଗ୍ରେସ କମିଟି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ସମସ୍ତ ନେତା ଧାରଣାରେ ବସିଛନ୍ତି । ଇଡିର ଜେରା ଏବଂ ଅଗ୍ନିପଥ ଯୋଜନାକୁ ବିରୋଧ କରି ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରକୁ ଘେରିବା ନିମନ୍ତେ କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତି ଚାଲିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଓଡ଼ିଶାର ୯ ଜଣ ବିଧାୟକଙ୍କୁ ଦିଲ୍ଲୀ ଡକାଯାଇଥିବା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ରାହୁଲଙ୍କୁ ଇଡିର ଜେରା ନେଇ କଂଗ୍ରେସ ପକ୍ଷରୁ ରାଜଭବନ ଏବଂ ଜିଲ୍ଲାରେ ଥିବା କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ପ୍ରତି ବ୍ଲକରେ କଂଗ୍ରେସର କର୍ମୀମାନେ ପ୍ରତିବାଦରେ ବସିଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଏଆଇସିସିର ସମ୍ପାଦକ ଓ କଂଗ୍ରେସ ବିଧାୟକ ଦଳ ନେତା ତଥା ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଫୋନ କରି ଦିଲ୍ଲୀ ଯିବାକୁ କହିଥିଲେ। ବିଧାୟକଙ୍କୁ ନେଇ ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ଦିଲ୍ଲୀରେ ପହଞ୍ଚିବା ପାଇଁ କୁହାଯାଇଛି। ସୋନିଆ ଓ ରାହୁଳଙ୍କୁ ଇଡି ପକ୍ଷରୁ ନୋଟିସ ଜାରି କରାଯାଇ ଆତଙ୍କିତ କରିବାକୁ ପ୍ରୟାସ କରାଯାଉଛି। ଏହି ପ୍ରସଙ୍ଗରେ ବିଧାୟକ ଓ ନେତାମାନଙ୍କ ସହ ଆଲୋଚନା କରାଯିବ। ଆଗାମୀ ଦିନରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଥିବାରୁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ହେବାର ସମ୍ଭାବନା ରହିଛି। କଂଗ୍ରେସର ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି, ଏଆଇସିସି ପକ୍ଷରୁ ଦିଲ୍ଲୀ ଡାକରା ହୋଇଛି। ସମସ୍ତ ବିଧାୟକ ବର୍ତ୍ତମାନ ଭୁବନେଶ୍ବରରେ ନାହାନ୍ତି। କିଛି ନିଜର ନିର୍ବାଚନ ମଣ୍ଡଳୀରେ ରହିଛନ୍ତି। ସମସ୍ତଙ୍କୁ କୁହାଯାଇଛି ସୁବିଧା ଅନୁସାରେ ଦିଲ୍ଲୀରେ ପହଞ୍ଚିବା ପାଇଁ। ଦୁଇଦିନ ହେଲା ଛାତ୍ର, ଯୁବ ଏବଂ ମହିଳା କଂଗ୍ରେସ ଦିଲ୍ଲୀରେ ଉପସ୍ଥିତ ରହିଛି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ଦୁଇଦିନ ହେଲା ଯନ୍ତରମନ୍ତରରେ ପ୍ରତିବାଦ ସଭା ଚାଲିଛି। ଅଗ୍ନିପଥ ଯୋଜନାକୁ ନେଇ ଯୁବକ ଗୋଷ୍ଠୀ ହିଂସାତ୍ମକ ପନ୍ଥା ଆପଣାଇଛନ୍ତି। କଂଗ୍ରେସ ଯୁବକଙ୍କୁ ଅନୁରୋଧ କରୁଛି ହିଂସାତ୍ମକ କାର୍ଯ୍ୟପନ୍ଥା ଛାଡି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରନ୍ତୁ। କଂଗ୍ରେସର ମୁଖ୍ୟ ଦାବି ହେଉଛି ଯୁବକଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବା ନିମନ୍ତେ ନୀତିରେ ସଂଶୋଧନ କରାଯାଉ। ବର୍ଷକୁ ୨ କୋଟି ଚାକିରି ଦେବେ ବୋଲି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ। ହେଲେ ୮ବର୍ଷ ସରକାରରେ ୧୬ କୋଟି ଚାକିରି ଦେଇପାରିଲେ ନାହିଁ। ମିଛ ବାହନା କରି ଇଡି ମାଧ୍ୟମରେ ଗାନ୍ଧୀ ପରିବାରକୁ ବିଜେପି ସରକାର ଅଯଥାରେ ହଇରାଣ କରୁଛି। ଓଡ଼ିଶାର ବିଧାୟକ ଏବଂ ସାଂସଦକୁ ଦିଲ୍ଲୀ ଡକା ଯାଇଛି, ଭୁବନେଶ୍ବରରେ ଯେଉଁ ବିଧାୟକମାନେ ଅଛନ୍ତି ସେମାନେ ଆଜି ସନ୍ଧ୍ୟାରେ ଆସି ପହଞ୍ଚିବେ। ଯେଉଁମାନେ ନିର୍ବାଚନ ମଣ୍ଡଳୀରେ ରହିଛନ୍ତି ସେମାନଙ୍କୁ ଆସନ୍ତାକାଲି ସକାଳେ ପହଞ୍ଚିବାକୁ କୁହାଯାଇଛି।

Breaking News