ରିପୋର୍ଟ କାର୍ଡ / ସାଲେପୁର
କିଶନନଗର ଥାନା ସାମ୍ନାରେ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଦେଇଛନ୍ତି | ପୋଡିହୋଇ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି । ଯୁବକଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।ଗୁରୁତର ହୋଇଥିବା ଯୁବକଜଣକ ସ୍ଥାନୀୟ ଅଞ୍ଚଳର ଗୁଣନିଧୀ ବିଶୋୟୀ ବୋଲି ଜଣାପଡ଼ିଛି। ଥାନାକୁ ଦୌଡ଼ି ନିରାଶ ହେବା ପରେ ଥାନା ସମ୍ମୁଖରେ ହିଁ ନିଜ ଦେହରେ ନିଆଁ ଲଗାଇଦେଲେ ଯୁବକ । ସୂଚନା ଅନୁଯାୟୀ, ଜମିବାଡ଼ି ବିବାଦ ନେଇ ପ୍ରାୟ ୮ ଦିନ ତଳେ ଥାନାରେ ଅଭିଯୋଗ କରିଥିଲେ ଗୁଣନିଧୀ । ଏହି ବିବାଦ ଦିନକୁ ଦିନ ଘନେଇବାରୁ ଆଜି ପୁଣି ସେ ଥାନାକୁ ଆସିଥିଲେ। ମାତ୍ର ପୁଲିସ୍ ପାଖରୁ କୌଣସି ସନ୍ତୋଜଜନକ ଉତ୍ତର ନ ପାଇ ଏପରି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..