Report Card Odisha

| Daily Odia News

ମଦ ପିଇ ଯୁବତୀ ଗିରଫ…..

ରିପୋର୍ଟ କାର୍ଡ / ପାଟନା

ବିହାରରେ ମଦ ବ୍ୟାନ ହୋଇଥିବା ବେଳେ ଜଣେ ଯୁବତୀ ମଦ ପିଇ ଗିରଫ ହୋଇଛନ୍ତି। ଯୁବତୀ ଜଣକ ମଦ୍ୟପାନ କରୁଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କୁ ପୋଲିସ ଗିରଫ କରିଛି। ଯୁବତୀ ଜଣକ ମଦ ପିଇ କହୁଥିବାର ଦେଖିବାକୁ ମିଳିଛନ୍ତି ଯେ ‘ଇଏ ହେଉଛି ମଦ, ଏହା କେବଳ ଦୁଃଖ ଭୁଲାଏ’। ଏପରି କହି ଯୁବତୀ ଜଣକ ମଦ୍ୟପାନ କରୁଛନ୍ତି। ଭିଡିଓ‌ରେ କେବଳ ଜଣେ ଯୁବତୀ ଦିଶିନାହାନ୍ତି। ଅନେକ ଯୁବତୀ ମିଶି ଭୋଜି କରି ମଦ୍ୟପାନ କରିବା ସହ ଭୋଜ୍‌ପୁରୀ ଗୀତରେ ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛନ୍ତି। ଏହି ସମୟର ଭଡିଓଟି ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଜାଣିବାକୁ ମଳିଛି ଯେ ମହିଳାମାନେ ମଦ ପିଇ ତାହାକୁ ଭିଡିଓ ରେକର୍ଡିଂ କରିଥିବା ବେଳେ କାଜଲ ନାମ୍ନୀ ଜଣେ ଯୁବତୀଙ୍କ ପ୍ରେମିକ ଅମିତ ତାହାକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ କରିଥିଲେ। ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଖଗଡ଼ିଆର ଚିତ୍ରଗୁପ୍ତାନଗର ପୋଲିସ ଭିଡିଓରେ ନଜର ଆସିଥିବା ଯୁବତୀମାନଙ୍କ ନାମରେ ମାମଲା ରୁଜୁ କରିଛି। ପୋଲିସ ଯୁବତୀମାନଙ୍କ ନାଁରେ କେବଳ ମାମଲା ରୁଜୁ କରିନାହିଁ, ବରଂ କାଜଲ କୁମାରୀଙ୍କୁ ଗିରଫ ବି କରିଛି। ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ କାଜଲ ଓ ଅମିତଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି। ସେ ଦୁହେଁ ଏକ ଭଡ଼ା ଘରେ ସାଥୀ ହୋଇ ରହୁଛନ୍ତି। ଅମିତ ହିଁ ମଦ ଆଣି ଝିଅମାନଙ୍କୁ ପିଇବାକୁ ଦେଇଥି‌ଲେ।

Breaking News