Report Card Odisha

| Daily Odia News

ବିଦ୍ରୋହୀମାନେ ଫେରିଲେ ମେଣ୍ଟ ଛାଡିବ ଶିବସେନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ରରେ ରାଜନୀତିରେ ଚାଲିଛି ହାଇ ଡ୍ରାମା | ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି, ‘ଶିବସେନା ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି ମେଣ୍ଟ ସରକାରରୁ ଓହରି ଯିବାକୁ ପ୍ରସ୍ତୁତ ଅଛି। କିନ୍ତୁ ଦଳର ବିଦ୍ରୋହୀ ବିଧାୟକମାନେ ୨୪ ଘଣ୍ଟା ମଧ୍ୟରେ ଗୌହାଟୀରୁ ମୁମ୍ବାଇକୁ ଫେରି ଆସିବାର ଆବଶ୍ୟକତା ରହିଛି।’ ଶିବସେନାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହର ନେତୃତ୍ୱ ନେଉଥିବା ଏକନାଥ ସିନ୍ଦେ ନିଜ ସପକ୍ଷରେ ୪୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଦାବି କରିଛନ୍ତି। କିନ୍ତୁ ଏହାକୁ ଦଳର ନେତା ସଞ୍ଜୟ ରାଉତ ଚ୍ୟାଲେଞ୍ଜ କରିଛନ୍ତି। ସିିଏ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଅତି କମରେ ଅଧା ଆମ ନିକଟକୁ ଫେରିବା ପାଇଁ ଯୋଗାଯୋଗରେ ଅଛନ୍ତି। ଯେଉଁମାନେ ଉଦ୍ଧବ ଠାକରେ ଏବଂ ଏମଭିଏ ମହାରାଷ୍ଟ୍ରକୁ ଶାସନ କରୁ ବୋଲି ଚାହୁଁଛନ୍ତି। ପୂର୍ବରୁ ଶିବସେନା ନେତା ସଞ୍ଜୟ ରାଉତ କହିଥିଲେ ଯେ ଉଦ୍ଧବ ଠାକରେ ଖୁବ୍‌ ଶୀଘ୍ର ବର୍ଷା ବଙ୍ଗଳାକୁ ଫେରିବେ। ଗୌହାଟୀରେ ଥିବା ୨୧ ଜଣ ବିଧାୟକ ଆମ ସହ ଯୋଗାଯୋଗ କରିଛନ୍ତି ଏବଂ ଯେତେବେଳେ ସେମାନେ ମୁମ୍ବାଇ ଫେରିବେ, ସେମାନେ ଆମ ସହିତ ରହିବେ। ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଏହି ବୟାନ ପରେ କଂଗ୍ରେସ ଏକ ବୈଠକ ଡାକିଥିଲା। ବୈଠକରେ କଂଗ୍ରେସ ନେତା ଏଚକେ ପାଟିଲ, ବାଲାସାହେବ ଥୋରାଟ, ନାନା ପାଟୋଲ ଏବଂ ଅଶୋକ ଚଭନଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ବୈଠକରେ ସେନା ସାଂସଦ ସଞ୍ଜୟ ରାଉତଙ୍କ ବିବୃତି ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ବୈଠକ ପରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ ଏକ ବିବୃତି କହିଛନ୍ତି ଯେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଆମେ  ଶିବସେନା ସହିତ ଅଛୁ। ଇଡିକୁ ଆୟୁଧ କରି ରାଜ୍ୟରେ ଏହି ସବୁ ରାଜନୈତିକ ଖେଳ ଚାଲିଛି… ଫ୍ଲୋର ଟେଷ୍ଟ ପାଇଁ କଂଗ୍ରେସ ପ୍ରସ୍ତୁତ ଅଛି। ଆମେ ଏମଭିଏ ସହିତ ଅଛୁ ଏବଂ ରହିବୁ। ଯଦି ସେମାନେ (ଶିବସେନା) କାହା ସହିତ ମେଣ୍ଟ କରିବାକୁ ଚାହାଁନ୍ତି, ତେବେ ଆମର କୌଣସି ଅସୁବିଧା ନାହିଁ।

Breaking News