Report Card Odisha

| Daily Odia News

ଅଙ୍ଗନଓ୍ବାଡ଼ି ଖୋଲିବ ସକାଳ ୯ରୁ ୨…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଏଣିକି ଅଙ୍ଗନଓ୍ବାଡ଼ି କେନ୍ଦ୍ର ଖୋଲିବ ସକାଳ ୯ଟାରୁ ମଧ୍ୟାହ୍ନ ୨ଟା ଯାଏ | ରାଜ୍ୟରେ ଥିବା ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଜୁନ୍‌ ୨୭ରୁ ମାର୍ଚ୍ଚ ୩୧ ମଧ୍ୟରେ ସକାଳ ୯ଟାରୁ ମଧ୍ୟାହ୍ନ ୨ଟା ଯାଏ ଖୋଲା ରହିବ। ସେହିପରି ଏପ୍ରିଲ ପହିଲାରୁ ଜୁନ୍‌ ୨୬ ତାରିଖ ମଧ୍ୟରେ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ। ତେବେ ସ୍କୁଲ ସମୟ ସ୍ବାଭାବିକ ଭାବେ ସକାଳ ୭ଟାରୁ ୧୨ଟା ଓ ଖରାଦିନେ ସକାଳ ୬ଟାରୁ ୧୧ଟା ଧାର୍ଯ୍ୟ କରାଯାଇଛି। ଏ ନେଇ ଗୁରୁବାର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ଉକ୍ତ ସମୟ ଅନୁଯାୟୀ ଅଙ୍ଗନଓ୍ବାଡ଼ି କାର୍ଯ୍ୟ ପରିଚାଳନା ହେବ ବୋଲି କୁହାଯାଇଛି।

Breaking News