Report Card Odisha

| Daily Odia News

ଶିକ୍ଷକ ଙ୍କ ଦରମା ବନ୍ଦ….

ରିପୋର୍ଟ କାର୍ଡ / ନିମାପଡା

ବିଳମ୍ୱରେ ଯାଉଥିବା ଶିକ୍ଷୟିତ୍ରୀଙ୍କୁ ରାସ୍ତାରେ ଅଟକାଇଛନ୍ତି ଶିକ୍ଷା ମନ୍ତ୍ରୀ | କିଛି ଦିନ ହେବ ଆକ୍ସନ ମୁଡରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଜିଲ୍ଲା ଗସ୍ତ କରି ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି । ଏହି ପରପ୍ରେକ୍ଷୀରେ ସେ ଆଜ ନିମାପଡା ଗସ୍ତ କରିଛନ୍ତି । ଯାଉଥିବା ସମୟରେ ପିପିଲି ଟୋଲ ଗେଟ୍ ନିକଟରେ ଦିନ ୧୦.୨୦ସମୟରେ ଦୁଇଜଣ ଶିକ୍ଷୟତ୍ରୀ ରାସ୍ତାରେ ସ୍କୁଟିରେ ଯାଉଥିବାର ଦେଖିଥିଲେ । ହଠାତ୍ ରାସ୍ତାରେ ଶିକ୍ଷୟତ୍ରୀ ଦ୍ୱୟଙ୍କୁ ଅଟକାଇ କାହିଁକି ବିଳମ୍ୱରେ ସ୍କୁଲ ଯାଉଥିବା କଥା ପଚାରିଥିଲେ । ଶିକ୍ଷୟିତ୍ରୀ ଦୁହେଁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ପରେ ପିପିଲି ନିମାପଡା ମୁଖ୍ୟରାସ୍ତା ଜଗନ୍ନାଥପୁର ୟୁପି ସ୍କୁଲ ଅଚାନକ ଗସ୍ତ କରିଥିଲେ । ସେଠାରେ ସେଭଳି ସମାନ ଘଟଣା ଦେଖିବାକୁ ପାଇଥିଲେ । ସକାଳ ୧୦.୨୩ରେ ମଧ୍ୟ ପିଲାମାନେ ହତାରେ ଏଣେ ତେଣେ ବୁଲୁଥିବାର ଦେଖିଥିଲେ । ଶିକ୍ଷକ ମାନେ ଅଫିସ ଭିତରେ ଏକାଠି ବସି କଥା ହଉଥିବାର ବି ନଜର ଆସିଥିଲେ । ସେତିକି ନୁହେଁ ସ୍କୁଲର ପ୍ରଧାନ ଶିକ୍ଷକ ଗାଡି ଧରି ବାହାରକୁ ଯିବାକୁ ବାହାରୁଥିଲେ, ମନ୍ତ୍ରୀଙ୍କୁ ଦେଖି ହଠାତ୍ ଅଟକିଥିଲେ । ଏହାସହ ସ୍କୁଲର କାଗଜ ପତ୍ର ରେ ମଧ୍ୟ ଅନିୟମିତତା ଦେଖିବାକୁ ପାଇଥିଲେ । ଏପରି ଅବ୍ୟବସ୍ଥା ଦେଖିବା ପରେ DEO ଓ BEO ଙ୍କୁ ଫୋନ କରି ଏହି ସ୍କୁଲର ୮ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଦରମା ବନ୍ଦର ନୋଟିସ କରିବାକୁ ନିର୍ଦେଶ ଦେଇଥିଲେ ।

 

 

Breaking News