Report Card Odisha

| Daily Odia News

ଲା୍ୟନ୍ସ କ୍ଲବ ଅଫ ଭୁବନେଶ୍ୱର କ୍ରାଉନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା-ଡିସଟ୍ରିକ ଗଭରନରଙ୍କ ଅଫିସିଆଲ ପରିଦର୍ଶନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରବିବାର ଏକ ମାଗଣା ସ୍ଵାସ୍ତ୍ୟ ପରୀକ୍ଷା ଶିବିର ଓ ଡିସଟ୍ରିକ ଗଭରନରଙ୍କ ଅଫିସିଆଲ ପରିଦର୍ଶନ କାର୍ଯ୍ୟକ୍ରମ ବିନୟ ଦୀପ ଆପାର୍ଟମେଣ୍ଟ, ଅଶୋକ ନଗର ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା | ସଭାପତି ଦୁଷ୍ମନ୍ତ ସ୍ୱାଇଁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଡିସଟ୍ରିକ ଗଭରନର ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ଫାଷ୍ଟ ଲେଡି ଶ୍ରୀମତୀ ରଞ୍ଜନା ପାଢ଼ୀ ସନମାନୀୟ ଅତିଥି ଭାବେ ଈ ସୁରେଶ କୁମାର ନାୟକ, ଜିଲ୍ଲା କୋଷାଧକ୍ଷ,କାର୍ଯ୍ୟ ନିବାହି ସମ୍ପାଦକା ସତ୍ୟକମ ମହାନ୍ତି, ଲାୟନ୍ସ ରବୀନ୍ଦ୍ର କୁମାର ଜେନା ବରିଷ୍ଠ ସଭ୍ୟା ସଂଚିତା ମହାନ୍ତି କୋଷାଧକ୍ଷ ଓମ ପ୍ରକାଶ ରାଉତ ରାୟ ପ୍ରମୁଖ ଯୋଗଦେଇଥିଲେ | ସଭା ଆରମ୍ଭ ରେ ଓଡ଼ିଆ ସିନେମା ର ଦିବଂଗତ ରାଇମୋହନ ପରିଡାଙ୍କ ବିୟୋଗ ଓ ବିଶ୍ୱ ଶାନ୍ତି ନିମନ୍ତେ ନିରବ ପ୍ରାର୍ଥନା ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ ଲାୟନ୍ସ ଉମାଶଙ୍କର ଦାସ, ନାରାୟଣ ମହାପାତ୍ର, କୃଷ୍ଣ ବିଶୋଇ, ଅଜୟ ହରିଚନ୍ଦନ ଶତ୍ରୁଘ୍ନ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ, ମାଗଣା ସ୍ଵାସ୍ତ୍ୟ ପରୀକ୍ଷା ଶିବିରରେ କଳିଙ୍ଗ ହସ୍ପିଟାଲ, ଏସଜି ଆଇ ହସ୍ପିଟାଲ, ର ଡାକ୍ତର ମାନେ ଯୋଗ ଦେଇଥିଲେ, ଡ଼ ସଂଜିତ ପଣ୍ଡା ଡେଣ୍ଡିଷ୍ଟ ଓ ଡ଼ ଶିବପ୍ରସାଦ ସାହୁ ଅଡିଓଲୋଜିଷ୍ଟ ଶ୍ରୀନିବାସ ରାଓ ପ୍ରମୁଖ ଯୋଗ ଦେଇ ଶତାଧିକ ବ୍ୟକ୍ତି ଓ ମହିଳା ମାନଙ୍କ ଙ୍କ ବିଭିନ୍ନ ରୋଗ ପରୀକ୍ଷା କରାଯାଇଥିଲା|

Breaking News