Report Card Odisha

| Daily Odia News

ବୋହୂ ସହ ଶଶୁରକୁ ଆପତ୍ତିଜନକ ସ୍ଥିତିରେ ଦେଖିଲା ପୁଅ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶ ଅମରୋହରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ପୁଅ ନିଜ ପିତା ଓ ପତ୍ନୀଙ୍କୁ ଅସଂଯତ ଅବସ୍ଥାରେ ଦେଖି ବାପ-ପୁଅଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଏହା ପରେ ପୁଅ ନିଜ ପିତାଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ପୋଲିସ ଯାଞ୍ଚ କରୁଛି । ତେବେ ଏହି ମାମଲା ସାଦାନ ଥାନା ଅନ୍ତର୍ଗତ ଏକ ଗାଁରେ ଘଟିଛି । ସେଠାରେ ରହୁଥିବା ଜଣେ ଯୁବକ ସାଉଦ ଆରବରେ ଚାକିରି କରନ୍ତି । ତାଙ୍କ ବାହାଘର ୫ ବର୍ଷ ପୂର୍ବେ ହୋଇଥିଲା । ଏବେ ସେ ନିଜ ଛୋଟ ଭାଇଙ୍କ ବାହାଘରକୁ ଆସିଥିଲେ । ଛୋଟ ଭାଇଙ୍କ ବାହାଘର ବି ତାଙ୍କ ଶାଳୀ ସହ ହେବାର ଥିଲା । କିନ୍ତୁ ରବିବାର ଦିନ ସେ କୌଣସି କାମରେ ଘରୁ ବାହରକୁ ଯାଇଥିଲେ । ଦ୍ୱିପହରରେ ଘରକୁ ଫେରିଥିଲେ । କିନ୍ତୁ ଘରର କବାଟ ଖୋଲିବା ମାତ୍ରେ ପିତା ଓ ନିଜ ପତ୍ନୀଙ୍କୁ ଆପତ୍ତିଜନକ ସ୍ଥିତିରେ ଦେଖିବାକୁ ପାଇଥିଲେ । ଏହାକୁ ନେଇ ସେ ଖୁବ ରାଗିଯିବା ସହ ମାରପିଟ କରିବାକୁ ଆଗେଇ ଆସିଥିଲେ । ପରେ ପୁଅ ଏଭଳି ପିତାଙ୍କ ନାଁରେ ଅଭିଯୋଗ କରିଥିବା ଜଣାପଡିଛି |

Breaking News