Report Card Odisha

| Daily Odia News

ହ୍ବାଟ୍ସଆପରେ ଶେୟାର କରୁଛନ୍ତି କି ଏହି ଜିନିଷ, ସାବଧାନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବର୍ତ୍ତମାନ ସୋସିଆଲ ଦୈନଦିନ ଜୀବନର ଗୋଟିଏ ଅଂଶ ପାଲଟିଯାଇଛି । ଏମିତି କେହି ନାହାନ୍ତି ଯେ ସୋସିଆଲ ମିଡ଼ିଆ ବ୍ୟବହାର କରୁନଥିବେ । ସୋସିଆଲ ମିଡିଆରେଏମିତି କିଛି ହାନୀକାରକ ଜିନିଷ ଜିନିଷ ଆମେ ଜାଣତ ହେଉ ବା ଅଜାଣରେ ଶେୟାର କରିଥାଉ । ଯାହାକି ଆମକୁ ଅନେକ ଅସୁବିଧାରେ ସମ୍ମୁଖୀନ କରିଥାଏ | ଏବେ ହ୍ବାଟ୍ସଆପ ମଧ୍ୟ ଏପରି ୟୁଜର୍ସ ମାନଙ୍କ ବିରୋଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଉଛି । ଏପ୍ରିଲ ମାସରେ ହ୍ବାଟ୍ସଆପ ପାଖାପାଖି ୧୬ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ୍ କରିସାରିଛି । ଆକାଉଣ୍ଟ ବ୍ୟାନ୍ କରିବା ପରେ ଏହାର ସ୍ପଷ୍ଟୀକରଣ ମଧ୍ୟ ଦେଇଥିଲା ହ୍ବା ଯାହା ମଧ୍ୟରୁ ୧୨୨ଟି ଆକାଉଣ୍ଟ କାହାର ଅଭିଯୋଗ ଅନୁଯାୟୀ ବ୍ୟାନ କରାଯାଇଥିଲା ଏବଂ ୧୬.୬୬ ଲକ୍ଷ ଆକାଉଣ୍ଟ ସ୍ବତଃପୃତ ଭାବେ ବନ୍ଦ ହୋଇଯାଇଥିଲା । ହାନିକାରକ ଗତିବିଧି ଲିପ୍ତ ୟୁଜର୍ସଙ୍କ ଆକାଉଣ୍ଟ ଏପରି ବ୍ୟାନ୍ କରିଥିଲା ହ୍ବାଟ୍ସଆପ୍ । ଥରେ ଆକାଉଣ୍ଟ ବ୍ୟାନ୍ ହେବାପରେ ଏହି ୟୁଜର ଆଉ ହ୍ବାଟ୍ସଆପ ଡାଉନଲୋଡ୍ କରିପାରିବେ ନାହିଁ । ସ୍କାମ୍, ଘୋଟାଲ ଏବଂ ଅନ୍ୟ ହାରିକାରକ ଜିନିଷ ସେୟାର କରୁଥିବା ବ୍ୟକ୍ତି ମାନଙ୍କ ଆକାଉଣ୍ଟ ବ୍ୟାନ କରିବାର ପୁରା ଅଧିକାର ହ୍ବାଟ୍ସଆପ ପାଖରେ ଅଛି । ଏବେ ମଧ୍ୟ ଏପରି ୟୁଜର ମାନଙ୍କ ଉପରେ ଲଗାତାର ନଜର ରଖିଛି କମ୍ପାନୀ। ଯଦି ଆପଣଙ୍କ ଆକାଉଣ୍ଟ ଥରେ ସସପେଣ୍ଡ ହୁଏ, ତାହାଲେ ୟୁଜର ମୋବାଇଲ ସ୍କ୍ରିନ୍ ଉପରେ ଏକ ନୋଟିଫିକଶନ ଆସିଥାଏ । ଏବଂ ହ୍ବାଟ୍ସଆପ୍ ଖୋଲିଲା ମାତ୍ରେ ‘This Account is not allows to WhatsApp’ ଲେଖା ହୋଇଥିବା ଦେଖିବାକୁ ମିଳିବ । ସେଥିପାଇଁ ଏବେ ଠାରୁ ସାବଧାନ ହୋଇଯାଆନ୍ତୁ ।

Breaking News