Report Card Odisha

| Daily Odia News

ଆସିଲା ରାଇମୋହନ ପରିଡାଙ୍କ ପୋଷ୍ଟମଟମ୍ ରିପୋର୍ଟ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ଘଟଣାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ରିପୋର୍ଟ ଅନୁଯାୟୀ ରାଇମୋହନଙ୍କ ଶ୍ୱାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଛି । ଡାକ୍ତରଖାନରୁ ଶବ ବ୍ୟବଚ୍ଛେଦର ରିପୋର୍ଟ କମିଶନରେଟ ପୁଲିସ ପାଖକୁ ଆସିଥିବାରୁ ଏନେଇ ସୂଚନା ରହିଛି । ଗଳାରେ ରଶି ଲାଗିବା କାରଣରୁ ଶ୍ୱାସରୁଦ୍ଧ ହୋଇ ରାଇମୋହନଙ୍କ ମୃତ୍ୟୁ ହୋଇଛି । ଶରୀରରେ ରହିଥିବା ସମାନ୍ୟ କ୍ଷତ ମୃତ୍ୟୁ ପୂର୍ବରୁ ଝୁଲିପଡ଼ିବା ଯୋଗୁ ହୋଇଥିବା କୁହାଯାଇଛି । ରାଇଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ସୂଚନା ରହିଛି ।

Breaking News