ରିପୋର୍ଟ କାର୍ଡ / ଭୁବନେଶ୍ୱର
ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ଘଟଣାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ରିପୋର୍ଟ ଅନୁଯାୟୀ ରାଇମୋହନଙ୍କ ଶ୍ୱାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଛି । ଡାକ୍ତରଖାନରୁ ଶବ ବ୍ୟବଚ୍ଛେଦର ରିପୋର୍ଟ କମିଶନରେଟ ପୁଲିସ ପାଖକୁ ଆସିଥିବାରୁ ଏନେଇ ସୂଚନା ରହିଛି । ଗଳାରେ ରଶି ଲାଗିବା କାରଣରୁ ଶ୍ୱାସରୁଦ୍ଧ ହୋଇ ରାଇମୋହନଙ୍କ ମୃତ୍ୟୁ ହୋଇଛି । ଶରୀରରେ ରହିଥିବା ସମାନ୍ୟ କ୍ଷତ ମୃତ୍ୟୁ ପୂର୍ବରୁ ଝୁଲିପଡ଼ିବା ଯୋଗୁ ହୋଇଥିବା କୁହାଯାଇଛି । ରାଇଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ସୂଚନା ରହିଛି ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….