ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାରେ ସୋମବାର ବିଳମ୍ବିତ ରାତିରେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଛି । ଟ୍ରେନ ଦୁର୍ଘଟଣାରେ ୪୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଗକୁ ମୃତ୍ୟୁ ସଂଖୃା ବଢ଼ିବାର ଆଶଙ୍କା କରାଯାଉଛି । ଦ୍ରୁତ ଗତିରେ ଆସୁଥିବା ଯାତ୍ରୀବାହୀ ଟ୍ରେନ୍ ଫାଟକରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା, ଯାହାଫଳରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା । ଏହି ଘଟଣାରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତରମାନଙ୍କୁ ମେଡିକାଲ ପଠାଇଛି ଓ ମାମଲା ଯାଞ୍ଚ କରୁଛି । ପୋଲିସ ପକ୍ଷରୁ ମିଳିଥିବା ସୋମବାର ରାତିରେ ଏକ ଯାତ୍ରୀବାହୀ ଟ୍ରେନ ଆମେରିକାର ଲୋସ୍ ଆଞ୍ଜେଲନ୍ସ ସହରରୁ ଚିକାଗୋ ଯାଉଥିଲା । ସେତିକି ବେଳେ missouri ଅଞ୍ଚଳରେ ରେଲୱେ ଫାଟକରେ ଖରାପ ହୋଇ ଅଟକିଥିବା ଟ୍ରକ ସହ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରେ ଥିଲା ଯେ, ଟ୍ରକଟି ଚୂରମାରତ ହୋଇଥିଲା । ଏହା ସହ ଟ୍ରେନଟି ମଧ୍ୟ ରେଳ ଧାରଣାରୁ ଲାଇନଚ୍ୟୁତ ହୋଇଥିଲା । ଦୁର୍ଘଟଣା ପରେ ଗୁରୁତରମାନଙ୍କୁ ମେଡିକାଲରେ ପହଞ୍ଚାଇବା ପାଇଁ ୬ଟି ହେଲିକପ୍ଟରକୁ ନିୟୋଜିତ କରାଯାଇଥିଲା ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..