Report Card Odisha

| Daily Odia News

ସ୍ତନ କର୍କଟ ପାଇଁ ଔଷଧ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସ୍ତନ କର୍କଟ ରୋଗୀଙ୍କ ପାଇଁ ଓଡ଼ିଶାର ବୈଜ୍ଞାନିକ ବା ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‍ଏସ୍‍)ର ସିନିୟର୍‍ ମଲିକ୍ୟୁଲାର୍‍ ଅଙ୍କୋଲୋଜିଷ୍ଟ ଡ଼ଃ. ସନ୍ଦୀପ ମିଶ୍ର ଏପରି ଏକ ମେଡ଼ିସିନ ଆବିଷ୍କାର କରିଥିବା ଦାବି କରିଛନ୍ତି | ଯାହା ସ୍ତନ କର୍କଟ ରୋଗୀଙ୍କୁ ଠିକ କରିବା ପାଇଁ କାମ କରିବ । ଏଣିକି ସ୍ତନ କର୍କଟର ହେବ ଉପଚାର। ଖୁବ୍ ଶୀଘ୍ର ଆସିବ ସ୍ତନ କର୍କଟ ପାଇଁ ଔଷଧ। ଏହାର ଚିକିତ୍ସା କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି ଏହି ଓଡ଼ିଆ ବୈଜ୍ଞାନିକ। ଏହି ମେଡ଼ିସିନ ମାନବ ପରୀକ୍ଷଣ ନିମନ୍ତେ କେନ୍ଦ୍ର ସରକାରଙ୍କ ସ୍ୱୀକୃତି ଲାଭ କରିଛି । ଡାକ୍ତର ମିଶ୍ର ସ୍ତନ କର୍କଟ ରୋଗୀଙ୍କ ପାଇଁ ଔଷଧ ଉଦ୍ଭାବନ କରିବା ସହିତ ଏହାର କାରଣ ସମ୍ପର୍କରେ ଦୀର୍ଘ ୨୦ ବର୍ଷ ହେଲା ଗବେଷଣା ଚଳାଇଛନ୍ତି। ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଗବେଷଣା ପାଇଁ ପାଣ୍ଠି ଯୋଗାଇ ଦେଇଛନ୍ତି। ନିକଟରେ ଡକ୍ଟର ମିଶ୍ର ସ୍ତନ କର୍କଟର ସଫଳ ଚିକିତ୍ସା ପାଇଁ ଡିଜେଡ୍‍ଏନ୍‍ଇପିଏ ଓ ଏମ୍‍ଏଲ୍‍ଏନ୍‍ ୪୯୨୪ ଔଷଧ ଆବିଷ୍କାର କରିଛନ୍ତି। ଲ୍ୟାବରେ ମୂଷା ଉପରେ ଏହି ଔଷଧର ପରୀକ୍ଷଣ ସଫଳ ହେବା ପରେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି। ଏମ୍ସ, ଭୁବନେଶ୍ୱର ସହିତ ମିଳିତ ଭାବେ ମାନବ ପରୀକ୍ଷଣ ଆରମ୍ଭ ହେବ। ଏଥିସହ ସର୍ବ ଭାରତୀୟ ସ୍ତରରେ ମଧ୍ୟ ଔଷଧର ମାନବ ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି। ଏହି ପରୀକ୍ଷଣ ସଫଳ ହେଲେ ଏକ ମାରାତ୍ମକ ବ୍ୟାଧିର ସହଜ ଉପଚାର ପାଇଁ ପଥ ପରିଷ୍କାର ହେବ ବୋଲି କହିଛନ୍ତି ଡକ୍ଟର ମିଶ୍ର। ଦୀର୍ଘ ଦିନ ହେଲା ସେ ସ୍ତନ କର୍କଟ ଓ ଏହାର ଔଷଧ ନେଇ ଗବେଷଣା କରୁଥିଲେ । ଆବିଷ୍କାର ହୋଇଥିବା ଦୁଇ ଔଷଧ ମଧ୍ୟରୁ ଗୋଟିଏର ମାନବ ପରୀକ୍ଷଣ ପାଇଁ ଭାରତ ସରକାର ଅନୁମତି ପ୍ରଦାନ କରିଛନ୍ତି।ଏହି ଔଷଧ ଦ୍ୱାରା ଷ୍ଟେଜ୍‍-୩ରେ ଥିବା ସ୍ତନ କର୍କଟ ରୋଗର ସଫଳ ଚିକିତ୍ସା ହୋଇପାରିବ।

Breaking News