Report Card Odisha

| Daily Odia News

ଶାଶୁ ସହିତ ଜ୍ୱାଇଁର ହେଲା ପ୍ରେମ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରକ୍ରିୟା ପ୍ରୀତି ସମସ୍ୟା ବଢି ବଢି ଚାଲିଛି | ପ୍ରତ୍ୱେକଦିନ ଏଭଳି ଘଟଣାମାନ ଘଟୁଛି | କେଉଁଠି ଶଶୁର ସହିତ ବହୂ ତା ଆଉ କେଉଁଠି ଶାଶୁ ସହିତ ଜ୍ୱାଇଁ | ରାଜସ୍ଥାନର ଭାଡମେର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଶାଶୁ ସହିତ ଜ୍ୱାଇଁର ପ୍ରେମ ହୋଇଯାଇଥିଲା। ପରେ ଶାଶୁ ମଧ୍ୟ ଜ୍ୱାଇଁକୁ ଭଲପାଇ ବସିଥିଲେ। କିନ୍ତୁ ଏହି ୨ ଜଣ ଏକାସାଙ୍ଗରେ ଏକ ଗଛରେ ଫାସି ଦେଇ ଆତ୍ମହତ୍ୟା କରିଛନ୍ତି। ବାଡ଼ମେର୍‌ର ଗ୍ରାମୀଣ ଥାନା ଅଞ୍ଚଳରେ ସୋମବାର ବିଳମ୍ୱିତ ରାତିରେ଼ ଦୁଇଜଣ ଗୋଟିଏ ଗଛରେ ଫାସି ଦେଇ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ମୃତକଙ୍କ ପରିଚୟ ହୋତାରାମ ଭିଲ (୨୫) ଓ ଦରିଆ (୩୮) ବୋଲି ଜଣାପଡ଼ିଛି। ସୋମବାର ବିଳମ୍ୱିତ ରାତିରେ ଏପରି ଘଟଣା ଦେଖିବାକୁ ମିଳିଛି ବୋଲି ପୋଲିସ କହିଛି। ୨୦୨୧ରେ ହୋତାରାମର ବାହଘର ଖରଟିଆ ନିବାସୀ ନେମାରାମଙ୍କ ଝିଅ ଗୀତା(୨୦) ସହିତ ହୋଇଥିଲା। ଦୁଇ ତିନି ଦିନ ପୂର୍ବରୁ ହୋତାରାମ ତାଙ୍କ ସ୍ତ୍ରୀ ଗୀତା ସହିତ ଶଶୁର ଘରକୁ ଆସିଥିଲେ ବୋଲି ପୋଲିସ କହିଛି। ଶଶୁର ଘରେ ଥିବା ସମୟରେ ହୋତାରାମ ଓ ତାଙ୍କ ଶାଶୁ କାହାକୁ ନକହି ଘର ଛାଡ଼ି ଚାଲି ଯାଇଥିଲେ। ପରେ ସେମାନେ ଗାଁରୁ ୩୦ କିମି ଦୂରରେ ଥିବା ମୁନାବାଓ ରାସ୍ତାରେ ଏକ ଗଛରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି। ଦୁଇଜଣ ଗୋଟିଏ କପଡ଼ାରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ କହିଛି। ଗ୍ରାମୀଣ ଥାନାଧିକାରୀ ପର୍ବତ ସିଂହ କହିଛନ୍ତି ଘଟଣାର ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ଜଣଙ୍କ ଶବକୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶବକୁ ଏବେ ରାଜକୀୟ ଡାକ୍ତରଖାନାର ଶବଗୃହରେ ରଖାଯାଇଛି। ପ୍ରେମ ପ୍ରସଙ୍ଗରୁ ଏପରି ହୋଇଥିବା ଜଣାପଡ଼ିଛି, ଘଟଣାର କାରଣ ଓ ବିସ୍ତୃତ ସୂଚନା ମାମଲାର ସମ୍ପୂର୍ଣ୍ଣ ତଦନ୍ତ ପରେ ସାମ୍ନାକୁ ଆସିବ ବୋଲି ଥାନାଧିକାରୀ କହଛନ୍ତି।

Breaking News