ରିପୋର୍ଟ କାର୍ଡ / ନବରଙ୍ଗପୁର
ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଜବାଗୁଡ଼ା ଗ୍ରାମରେ | ଗ୍ରାମ ନିକଟ ଏକ କାଜୁ ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ମୃତଦେହ ମିଳିଛି। କାଜୁ ଜଙ୍ଗଲରେ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଖବର ଦେଇଥିଲେ l ଖବର ପାଇ ଡାବୁଗାଁ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି| ଗୋଟିଏ ଓଢ଼ଣିରେ ଦୁଇ ଜଣଙ୍କ ବେକ ବନ୍ଧା ଥିବା ବେଳେ ଅନ୍ୟ ଗୋଟିଏ ଓଢ଼ଣି ଗଛ ଡାଳରେ ଥୁଆ ହୋଇଥିଲା। ଏହି ଜଙ୍ଗଲରୁ ତଳେ ପଡ଼ିଥିବା ଏକ ସାଇକେଲ ମଧ୍ୟ ମିଳିଛି। ମୃତ ଯୁବତୀ ଜଣକ ସେହି ଗ୍ରାମର ଲାଇବାନ ହରିଜନଙ୍କ ଝିଅ ତିଲାଏ ହରିଜନ। ମୃତ ଯୁବକ ଜଣକ ପାପଡ଼ାହାଣ୍ଡି ବ୍ଲକ ଦାମାପାଲା ଗ୍ରାମର ଦଶମୁ ହରିଜନଙ୍କ ପୁଅ ଡମ୍ବରୁଧର ହରିଜନ। ଦୁହେଁ ସମ୍ପର୍କୀୟ ହୋଇଥିବା ସୂଚନା ମିଳିଛି। ମୃତ ଯୁବତୀଙ୍କ ବଡ଼ ଭଉଣୀ ମୃତ ଯୁବକର ବଡ଼ ଭାଇକୁ ବିବାହ କରିଛନ୍ତି l ତେବେ ଏହି ଘଟଣା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ିନି। ଦୁହେଁ ଗତକାଲି ସନ୍ଧ୍ୟାରୁ ନିଖୋଜ ଥିବା ଜଣାପଡିଛି ।






More Stories
IAS ସ୍ତରରେ ବଡ଼ ଧରଣର ଅଦଳବଦଳ…..
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..