ରିପୋର୍ଟ କାର୍ଡ / ଗଞ୍ଜାମ
ଜବରଦଖଲ ଉଚ୍ଛେଦକୁ ନେଇ ରାସ୍ତାରେ ମୁହାଁମୁହିଁ ହେଲେ ତହସିଲଦାର ଓ ଆଇନଜୀବୀ । ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଦୀର୍ଘ ସମୟ ଚାଲିଥିଲା | ଏପରି ଘଟଣା ଗଞ୍ଜାମ ବଡ଼ବଜାରରେ ଦେଖିବାକୁ ମିଳିଛି। ଏହାକୁ ଦେଖିବା ପାଇଁ ରୁଣ୍ଡ ହୋଇଗଲେ ଶତାଧିକ ଲୋକେ । ଶେଷରେ ଉଚ୍ଛେଦ ନ କରି ଫେରିଯାଇଛନ୍ତି ତହସିଲଦାର । ମିଳିଥିବା ସୂଚନା ଅନୁସାରେ- ଗଞ୍ଜାମ ବଡ଼ବଜାରଠାରେ କନ୍ଧ ଶତପଥୀ ୭୦ ବର୍ଷ ଧରି ଘର କରି ରହି ଆସୁଥିଲେ। ନିଜ ଘର ପଛପଟେ ଥିବା ସରକାରୀ ଜମିର କିଛି ଅଂଶରେ ସେ ଘର କରି ଦେଇଥିବା ଅଭିଯୋଗ ହୋଇ ଆସୁଥିଲା । ଉକ୍ତ ଜବରଦଖଲକୁ ଉଚ୍ଛେଦ କରିବାକୁ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଗତକାଲି ଜେସିବି ମେଶିନ ସହ ନିଜେ ପହଞ୍ଚି ଥିଲେ । ଖବର ପାଇଏହି ଜମି ପାଇଁ କେଶ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ ସେଠାରେ ପହଞ୍ଚିଥିଲେ। ତାଙ୍କ ମହକିଲକୁ ୭ ଦିନ ସମୟ ନଦେଇ କାହିକି ଉଚ୍ଛେଦ ହେଉଛି ପ୍ରଶ୍ନ ପଚାରିଥିଲେ। ଏହାକୁ କେନ୍ଦ୍ର କରି ଘଟଣାସ୍ଥଳରେ ତହସିଲଦାର ଅରୁଣ କୁମାର ନାୟକ ଏବଂ ଆଇନଜୀବୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ପୋଲିସ ଉପସ୍ଥିତିରେ ଏହି ଘଟଣା ଘଟି ଚାଲିଥିବା ବେଳେ ଏହାକୁ ଦେଖିବାକୁ ବହୁ ଲୋକ ରୁଣ୍ଡ ହୋଇଥିଲେ। ଏପରିକି କନ୍ଧ ଶତପଥୀଙ୍କ ପରିବାରର ମହିଳାମାନେ ଜେସିବି ସମ୍ମୁଖରେ ବସିରହିଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ଧୀରେ ଧୀରେ ଉଗ୍ର ରୂପ ନେବାରୁ ତହସିଲଦାର ଘଟଣାସ୍ଥଳରୁ ପଳାଇଥିଲେ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..